ଖଡ଼ିଆଳ/ବୋଡ଼େନ: ଋଣ ବୋଝ ଯୋଗୁଁ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଲର୍କା ଗାଁର ଚାଷୀ ଯଦୁ ବାଗ (୩୫) କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।
ପ୍ରକାଶ ଯେ, ଶ୍ରୀ ବାଗ ୬ ଏକର ଜମିରେ ଚାଷ କରିବା ପାଇଁ ୧୦ ପ୍ରତିଶତ ସୁଧରେ ମହାଜନଠାରୁ ୪୦ ହଜାର ଟଙ୍କା ଆଣିଥିଲେ। ଉକ୍ତ ଋଣ ପରିଶୋଧ ପାଇଁ ସେ ମୁମ୍ବାଇକୁ କାମ କରିବାକୁ ଯାଇଥିଲେ। କିଛିଦିନ ତଳେ ସେ ଗାଁକୁ ଫେରିଥିଲେ। ଫସଲ କିପରି ହୋଇଛି ଦେଖିବା ଲାଗି ସ୍ତ୍ରୀ ଦୁଲମଣିଙ୍କ ସହ ସୋମବାର ଜମିକୁ ଯାଇଥିଲେ। ଚଳିତ ବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିବା ଦେଖି ଭାଙ୍ଗି ପଡ଼ିଥିଲେ। ପରେ ସେ ମାନସିକ ଭାରସାମ୍ୟ ହରାଇ ଘରେ ଏକୁଟିଆ ଥିବା ସମୟରେ ବିଷ ପିଇ ଦେଇଥିଲେ। ସ୍ତ୍ରୀ ଗାଧୋଇ ସାରି ଘରକୁ ଫେରିଲା ପରେ ଯଦୁଙ୍କ ପାଟିରୁ ଲାଳ ବାହାରୁଥିବା ଦେଖି ତୁରନ୍ତ ଖଡ଼ିଆଳ ମିସନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ମଙ୍ଗଳବାର ସକାଳ ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ଦାବିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଖଡ଼ିଆଳ-ନୂଆପଡ଼ା ଜାତୀୟ ରାଜପଥ ଉପରେ ଶବ ରଖି ଧରଣା ଦିଆଯାଇଥିଲା। ଖଡ଼ିଆଳ ଅତିରିକ୍ତ ତହସିଲଦାର ସଦାଶିବ ନାୟକ ପହଞ୍ଚି ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଏବଂ ଇନ୍ଦିରା ଆବାସ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଋଣବୋଝରୁ ଚାଷୀଙ୍କ ଆତ୍ମହତ୍ୟା: କ୍ଷତିପୂରଣ ଦାବିରେ ଶବ ରଖି ଜାତୀୟ ରାଜପଥ ଅବରୋଧ
/sambad/media/post_attachments/wp-content/uploads/2017/10/v5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)