ବଲାଙ୍ଗୀରରେ ଚାଷୀ ଆତ୍ମହତ୍ୟା!
ସମ୍ବଲପୁର/ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବରକାନୀ ଗ୍ରାମର ଭକ୍ତବନ୍ଧୁ ଦଣ୍ଡସେନା ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପରିବାର ବର୍ଗଙ୍କ ସୂତ୍ରରୁ ଜଣାଯାଇଛି, ଭକ୍ତବନ୍ଧୁ ଓ ତାଙ୍କ ଭାଇମାନଙ୍କ ମିଶି ପ୍ରାୟ ୪ ଏକର ଚାଷ ଜମି ରହିଛି। ଗୁରୁବାର ସକାଳୁ ସେ ନିଜ କ୍ଷେତକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ସେଠାରେ ସେ ବିଷ ପିଇ ଦେଇଥିଲେ। ପରିବାର ଲୋକ ଜାଣିବା ପରେ ପ୍ରଥମେ ତାଙ୍କୁ ବଲାଙ୍ଗୀର ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବୁର୍ଲା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।