ଧାନତଳି ପୋଡ଼ିଗଲା, ବିଷପିଇ ଜୀବନ ହାରିଲେ ଚାଷୀ

ବ୍ରହ୍ମପୁର/କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବଉଳଝୋଳି ପଞ୍ଚାୟତରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀଙ୍କ ନାମ ଦାଶରଥୀ ବିଷୋୟୀ(୨୬) ବୋଲି ପୁଲିସ କହିଛି। ଧାନତଳି ପୋଡ଼ି ଯିବାରୁ ଦାଶରଥୀ ବିଷପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସଂଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ବଉଳଝୋଳି ଗ୍ରାମରେ ରହୁଥିବା ଜୟରାମ ବିଷୋୟୀଙ୍କ ପୁଅ ଦାଶରଥୀଙ୍କ ୫ଏକର ଚାଷ ଜମି ରହିଛି। ଧାନ ଚାଷ ପାଇଁ ସେ ତଳି ପକାଇଥିଲେ। ହେଲେ ପାଣି ଅଭାବରୁ ବହୁ ଚାଷୀଙ୍କ ତଳି ନଷ୍ଟ ହୋଇ ଯାଇଥିଲା। ତଳି ନଷ୍ଟ ହୋଇଯିବାରୁ ତାଙ୍କୁ ଚିନ୍ତା ଘାରିଥିଲା। ଋଣ ପରିଶୋଧକୁ ନେଇ ସେ ମାନସିକ ଅଶାନ୍ତିରେ ରହୁଥିଲେ ବୋଲି ପରିବାରବର୍ଗ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର