ବାଲେଶ୍ୱର: ବାଲିଆପାଳ ଅଞ୍ଚଳରେ ରବିବାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଭାନୁପୁର ଗ୍ରାମର ଚାଷୀ ଜିତେନ୍ଦ୍ର ବିଶ୍ୱାଳ ବିଲରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଫସଲ ନଷ୍ଟ ହେବା ଓ ଋଣ ବୋଝରେ ଅତିଷ୍ଠ ହେବା ପରେ ଜିତେନ୍ଦ୍ର ଅନ୍ୟ ଉପାୟ ନପାଇ ଶେଷରେ ଆତ୍ମହତ୍ୟା ଭଳି ପନ୍ଥା ଆପଣାଇଛନ୍ତି।
ଟାଙ୍ଗୀ ଅଞ୍ଚଳର ସୁନ୍ଦରପୁର ବଡ଼ସାହିରେ ଶନିବାର ଅପରାହ୍ଣରେ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ। ତ୍ରିନାଥ ପ୍ରଧାନ(୪୨) ଫସଲ ନଷ୍ଟ ଯୋଗୁଁ ଘର ଆଗରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ତ୍ରିନାଥ ଜଣେ ଭାଗ ଚାଷୀ ହୋଇଥିବା ବେଳେ ଫସଲ ଉଜୁଡ଼ି ଯିବା ପରେ ମାନସିକ ଚାପରେ ଥିଲେ। ସେହିଭଳି ଶନିବାର ସକାଳୁ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/farmer-5.jpg)