ଅସହ୍ୟ ହେଲା ଋଣ ବୋଝ : ଜୀବନ ହାରିଲେ ମହିଳା ଚାଷୀ

ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଜଣେ ମହିଳା ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀ ଜଣକ ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତ ଅନ୍ତର୍ଗତ ଆଉଁଳିଗୁମ୍ମା ଗ୍ରାମର ମାଧବ ମୁଦୁଲିଙ୍କ ପତ୍ନୀ ପଦ୍ମା ମୁଦୁଲି (୪୨)। ଋଣ ନେଇ ସେ ଚଳିତ ବର୍ଷ ମକା ଓ ଧାନ ଫସଲ କରିଥିଲେ। ତେବେ ମକା ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଧାନ ଫସଲ ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଋଣ ସୁଝିବା ଚିନ୍ତାରେ ଗତକାଲି ରାତିରେ ସେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଇନ୍ଦ୍ରାବତୀ ମେଡିକାଲ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ତଥାପି ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମେଡିକାଲ କର୍ତୃପକ୍ଷ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଶୋକାକୁଳ ପରିବେଶରେ ଶେଷକୃତ ସଂପନ୍ନ ହୋଇଥିବା ସୂଚନା ମିଳିଛି। ଖବର ପାଇ ବିଡିଓ ଅକ୍ଷମତା କାର୍ତ୍ତିକ, ତହସିଲଦାର ଦେବେନ୍ଦ୍ର ସିଂ ଧାରୁଆ ଗାଁରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଏବଂ ରେକଡ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ପରିବାରକୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର