ବିଷକ୍ରିୟାରେ ଚାଷୀ ମୃତ

ସମ୍ବଲପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଗ୍ରାମର ଜାମ୍‌ଖେର ଗ୍ରାମର ଲିଙ୍ଗରାଜ ସୁନା(୪୨)ଗତ ୧୨ ତାରିଖ ସକାଳ ୮ଟା ବେଳେ ଜମିକୁ କୀଟନାଶକ ପକାଇବାକୁ ଯାଇ ପ୍ରାୟ ଦିନ ୧୨ଟା ବେଳେ ଘରକୁ ଫେରିଥିଲେ। ଖାଇ ସାରିବା ପରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାରଲୋକେ ତାଙ୍କୁ ଆଣି ପ୍ରଥମେ ପଦ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିଷକ୍ରିୟା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ବୁର୍ଲା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର