ସୁନ୍ଦରଗଡ଼କୁ ଡେଇଁଲା ଚାଷୀ ଆତ୍ମହତ୍ୟା

ସୁନ୍ଦରଗଡ଼/ହେମଗିର: ଗଣ୍ଠି ପୋକ ଯୋଗୁଁ ଫସଲ ନଷ୍ଟ ଓ ଋଣ ଶୁଝିବା ଦୁଶ୍ଚିନ୍ତାରେ ଘାରି ହୋଇ ଆଜି ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁବରଣ କରିଥିବା ଚାଷୀମନୋଜ ସିଂ (୫୦)। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ କୁଅଁରକେଲା ଗ୍ରାମର। ଗତକାଲି ସଂଧ୍ୟାରେ ସେ କୀଟନାଶକ ପିଇ ଜୀବନ ହାରିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ଆଜି ମନୋଜଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଶାସକ ଦଳକୁ ସୁରକ୍ଷା ଦେବା ଲକ୍ଷ୍ୟରେ ପ୍ରଶାସନ ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ସ୍ୱୀକାର କରିନାହିଁ। ବରଂ ତଦନ୍ତ ଚାଲିଥିବା କହି ଏହି ସମ୍ବେଦନଶୀଳ ଘଟଣାକୁ ଏଡ଼ାଇ ଦେବାର ପ୍ରୟାସ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର