ସୋସିଆଲ୍ ମିଡିଆରେ ଚାଷୀ ଆତ୍ମହତ୍ୟା ଚେତାବନୀ

ପଦ୍ମପୁର: ବୀମା ଟଙ୍କା ପାଇଁ ଚାଷୀ ଆତ୍ମହତ୍ୟା କରିବାକୁ ଦେଇଥିବା ଚେତାବନୀ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଗତ ମରୁଡ଼ି ଯୋଗୁଁ ଧାନ ଅମଳ ଠିକ୍‌ ଭାବରେ ହୋଇ ନ ଥିବାରୁ ଚାଷୀମାନେ ଫସଲ ବୀମା ଜରିଆରେ କିଛି କ୍ଷତିପୂରଣ ହୋଇ ପାରିବ ବୋଲି ଆଶା ବାନ୍ଧିଥିଲେ।

କିନ୍ତୁ ଏଚ୍‌ଡିଏଫସି ବୀମା କମ୍ପାନି ବିଭିନ୍ନ ଆଳ ଦେଖାଇ ଚାଷୀମାନଙ୍କ ସହ ଖେଳ ଖେଳୁଛି। କେତେକ ଚାଷୀଙ୍କୁ ଅତି କମ୍‌ ରାଶିର ବୀମା ଟଙ୍କା ପ୍ରଦାନ କରିଛି। କେତେକ ଚାଷୀଙ୍କୁ ଆଦୌ ଟଙ୍କା ମିଳିନଥିବାରୁ ନିରାଶ ହୋଇଛନ୍ତି। ଶେଷରେ ଜନୈକ ଚାଷୀ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ୩୧ ତାରିଖ ସୁଦ୍ଧା ବୀମା ରାଶି ନ ମିଳିଲେ, ସେ ଆତ୍ମହତ୍ୟା କରିବେ ବୋଲି ଏଥିରେ ଖୋଲାଖୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର