୨୫ରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନାର ଅର୍ଥରାଶି

ଭୁବନେଶ୍ୱର: ଆଉ ୮ ଦିନ ପରେ ଚାଷୀଙ୍କୁ କାଳିଆ ଯୋଜନାରେ ରାଜ୍ୟ ସରକାର ଅର୍ଥରାଶି ଦେବେ। ଏହି ଯୋଜନାରେ ଚାଷୀଙ୍କୁ ଅର୍ଥରାଶି ଦେବା ନେଇ ସମବାୟ ସଚିବ ବୁଧବାର କ୍ରିଷ୍ଣନ କୁମାର ସୂଚନା ଦେଇଛନ୍ତି। କାଳିଆ ଯୋଜନାରେ ଚାଷୀମାନେ ଜାନୁଆରୀ ୧୫ ସୁଦ୍ଧା ପ୍ରାୟ ୬୦ ଲକ୍ଷ ଚାଷୀ ଆବେଦନ କରିଛନ୍ତି। ଏଯାଏଁ ଗ୍ରୀନ୍‌ କାର୍ଡରେ ୬୦ ଲକ୍ଷ ଚାଷୀ ଓ ରେଡ଼ କାର୍ଡରେ ୧ ଲକ୍ଷ ଚାଷୀ ଆବେଦନ କରିଥିବା ଜଣାପଡ଼ିଛି।

କାଳିଆ ଯୋଜନାରେ ହିତାଧିକାରୀଙ୍କ ପାଇଁ ଏବେ ବ୍ଲକ ସ୍ତରରେ ଯାଞ୍ଚ ଓ ଡାଟା ଏଣ୍ଟ୍ରି କାମ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଚାଷୀଙ୍କୁ ଜାନୁଆରୀ ୨୫ ସୁଦ୍ଧା ଅର୍ଥ ମିଳିବ। ଫର୍ମଗୁଡ଼ିକ ଯାଞ୍ଚ ପରେ ଜାନୁଆରି ୨୨ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବ। ପରବର୍ତ୍ତୀ ସମୟରେ ବାକି ଆବେଦନକାରୀଙ୍କୁ ଅର୍ଥ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର