ସୂତାକଳ ପ୍ରତିଷ୍ଠା ଓ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବି, କିଷାନ କଂଗ୍ରେସର ରାସ୍ତାରୋକ

ବଲାଙ୍ଗୀର: ଦେଓଗାଁସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ ଓ ଜିଲ୍ଲାରେ ଏକ ସୂତାକଳ ପ୍ରତିଷ୍ଠା ଦାବି କରିଛି ଜିଲ୍ଲା କିଷାନ କଂଗ୍ରେସ। ଏନେଇ ସ୍ଥାନୀୟ ପଥରଚେପାଠାରେ କିଷାନ କଂଗ୍ରେସ ଶୁକ୍ରବାର ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଫଳରେ ବଲାଙ୍ଗୀର- ପାଟଣାଗଡ଼ ରାସ୍ତାରେ ଦୁଇଘଣ୍ଟା କାଳ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତା ଓ ରାଜ୍ୟ କିଷାନ କଂଗ୍ରେସ ସଂପାଦକ ସରୋଜ ରଥଙ୍କ ସଂଯୋଜନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବେକାରୀ ଓ ଦାଦନ ସମସ୍ୟାରେ ଉବୁଟୁବୁ ହେଉଥିବା ଏହି ଜିଲ୍ଲାରେ ସରକାର ଶିଳ୍ପ ପ୍ରତିଷ୍ଠା ପାଇଁ କୌଣସି ଉଦ୍ୟମ କରୁନଥିବା ବେଳେ ଜିଲ୍ଲାରେ ପ୍ରଚୁର କପାଚାଷ ହେଉଥିଲେ ମଧ୍ୟ ଏଠାରେ ଏକ ସୂତାକଳ ପ୍ରତିଷ୍ଠା କରାଯାଉ ନଥିବା କଂଗ୍ରେସ ଅଭିଯୋଗ କରିଛି। ବିଧାୟକ ନରସିଂହ ମିଶ୍ର ଏହି ଦାବିକୁ ବିଧାନସଭାରେ ୯ ବର୍ଷ ହେଲା ଉଠାଉଥିଲେ ମଧ୍ୟ ସରକାର ଦୃଷ୍ଟି ଦେଉନଥିବାରୁ କଂଗ୍ରେସ କର୍ମୀମାନେ ଉଦ୍‌ବେଗ ପ୍ରକାଶ କରିଥିଲ‌େ। ଏହି ଅବସରରେ ଗଗନ ନାଥଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା, ପୂର୍ବ ସଦର ବ୍ଲକ୍‌ ଅଧ୍ୟକ୍ଷ ଘାସିରାମ ବେହେରା, ସତ୍ୟବାନ ସାହୁ, ଲୋକନାଥ କୁମୁରା, କିଶୋର ସିଂନିନା, ଶ୍ରୀଧର ବାରିକ, ଶଙ୍କର ପୁରୋହିତ, ଫକିର ମୋହନ ଥାଟି, ୟସ ତ୍ରିପାଠୀ, ମଚିନ୍ଦ୍ର ମହାକୁର, ପ୍ରମୋଦ ସାହୁ, ଲିଙ୍ଗ ପଶାୟତ, ନରେନ୍ଦ୍ର ମେହେର, ସଂକୀର୍ତ୍ତନ୍ୟ ମେହେର, ବିଦ୍ୟାଧର ସାହୁ, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ମନୀଷ ମିଶ୍ର, ସଂଜୟ ମିଶ୍ର, ବୁଲୁ ଦାନୀ, ଓମ୍ ପ୍ରକାଶ କୁମ୍ଭାର, ଅଜୟ ବାଲି, ଜୁଲୁ ପଟ୍ଟନାୟକ, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ଯୁବ କଂଗ୍ରେସ ସଭାପତି ନାସିର ଖାନ, ଲୋପନ ମିଶ୍ର, ସୁଧାଂଶୁ ପଣ୍ଡା, ସମୀର କୁମ୍ଭାର, ରବି କୁମ୍ଭାର, ବୀରେନ୍ଦ୍ର ବାବୁ, ଅଜିତ ମହାନନ୍ଦ ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର