କୋକସରା: ଧର୍ମଗଡ଼ ବ୍ଲକ୍ ତରାପୁର ପଞ୍ଚାୟତ ଫୁଲିମୁଣ୍ଡା ଗେଟ୍ ପର୍ଯ୍ୟନ୍ତ ରବିଚାଷ ପାଇଁ କେନାଲ ପାଣି ଯୋଗାଣ ହେଉ। ଏଭଳି ଦାବି କରି ସୋମବାର ଚାଷୀମାନେ ଇନ୍ଦ୍ରାବତୀ ବାମ କେନାଲ ଅଧୀକ୍ଷଣ ଯନ୍ତ୍ରୀଙ୍କ କୁସୁମଖୁଣ୍ଟି କାର୍ଯ୍ୟାଳୟରେ ତାଲା ଦେବା ସହ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ପରେ କୋକସରା ଥାନାଧିକାରୀ ପହଞ୍ଚି ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ଚାଷୀମାନେ ଧାରଣାରୁ ଓହରିଥିଲେ। କୁସୁମଖୁଣ୍ଟି ଇନ୍ଦ୍ରାବତୀ ଅଧୀକ୍ଷଣ ଯନ୍ତ୍ରୀ ଅଜିତ ପାତ୍ର ମଙ୍ଗଳବାର ପର୍ଯ୍ୟନ୍ତ ସମୟ ମାଗିବା ପରେ ଚାଷୀମାନେ ଗେଟ୍ରୁ ତାଲା ଖୋଲି ଦେଇଥିଲେ। ନିର୍ଭର ପ୍ରତିଶ୍ରୁତି ନମିଳିଲେ ପୁଣି କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
ଟେକଚାନ୍ଦ ଛାତ୍ରୀଆ, ଆଶିଷ ପଣ୍ଡା, ସଂଜୀବ ସାହୁ, ପୁରୁଷୋତ୍ତମ ସିଂହ, ତରୁଣ ଭୋଇ, ଦୀପକ ସାହୁ, ସରୋଜ ସାହୁ, ଯଶୋବନ୍ତ ପଣ୍ଡା ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ।