ରାୟଗଡ଼ା: ଗ୍ରାମ୍ୟ କୃଷି କର୍ମଚାରୀ ରାଜ୍ୟ ସଂଘ ଡାକାରାରେ ମଙ୍ଗଳବାର ଠାରୁ ଆସନ୍ତା ୧୯ତାରିଖ ଯାଏଁ ୬ଦଫା ଦାବି ନେଇ ରାୟଗଡା ଜିଲ୍ଳା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ରାୟଗଡା ଜିଲ୍ଳା ଶାଖା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ।ଜିଲ୍ଳା ସଭାପତି ପ୍ରଭାତ ପ୍ରକାଶ ନାୟକ ଏବଂ ସଂପାଦକ ପ୍ରମୋଦ କୁମାର ବିଶୋୟୀଙ୍କ ନେତୃତ୍ୱରେ ଜିଲ୍ଳାର ୩୫ଜଣ ଗ୍ରାମ୍ୟ କୃଷି କର୍ମଚାରୀମାନେ ଏହି ଧାରଣାରେ ବସିଛନ୍ତି। କ୍ୟାଡର ପୁର୍ନଗଠନ କରିବା, ଗ୍ରେଡ୍ ପେ ୪୨୦୦କୁ ବୃଦ୍ଧି କରିବା, ରେସିଡେନ୍ସ ପରିୟଡ୍ କୋର୍ଟ, ପଦବିର ନାମ ପରିବର୍ତନ କରିବା, କର୍ମଚାରୀଙ୍କୁ ମୋବାଇଲ କିମ୍ବା ଲାପଟପ୍ ପ୍ରଦାନ କରିବା ଓ ମୂଳ ଚାକିରିରୁ ୬ ବର୍ଷ ଯାଏଁ ଗଣନା କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଭଳି ସଂଘ ଦାବି ଉପସ୍ଥାପନା କରିଛି ବୋଲି ସଭାପତି ଶ୍ରୀ ନାୟକ କହିଛନ୍ତି।
ଗ୍ରାମ୍ୟ କୃଷି କର୍ମଚାରୀମାନଙ୍କ ଏହି ଧାରଣା ଯୋଗୁଁ କାଳିଆ, ବଳରାମ, ପିଏମ କିସାନ, ମୃତିକା ପରୀକ୍ଷଣ, ସାର ବଂଟନ, ଅମଳ ଫସଲର ସହୟତା ରାଶି ସହ ଅନ୍ୟାନ୍ୟ ସେବାଗୁଡିକରେ ଜିଲ୍ଳାର ଚାଷୀମାନେ ସିଧାସଳଖ ପ୍ରଭାବିତ ହେବେ ବୋଲି ସଂପାଦକ ଶ୍ରୀ ବିଶୋଇ କହିଛନ୍ତି। ଯଦି ଏହି ଧାରଣା ସମୟରେ ସରକାର ଯଦି ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ୨୦ ତାରିଖରେ ରାଜ୍ୟ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ କୃଷି ଭବନ ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/Rgda-Agriculture-staff-strike.jpg)