ଖଡ଼ିଆଳ : ଧାନ ମଣ୍ତି ଗାଁ’ଠାରୁ ୧୬ କିଲୋମିଟର ଦୂରରେ ଥିବାରୁ କମ୍ ଦାମରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ

ଖଡ଼ିଆଳ : ଚାଷୀ ଯେମିତି ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ଧାନ ବିକିବେ ଓ ଅଭାବି ବିକ୍ରିର ଶୀକାର ନ ହେବେ ସେଥି ପାଇଁ ସରକାରଙ୍କ ଅନେକ ଯୋଜନା କରିଛନ୍ତି । କିନ୍ତୁ ବାରମ୍ବାର ଧାନ ମଣ୍ତି ସ୍ଥାନାନ୍ତର ପାଇଁ ଚାଷୀ ଦାବି କରି ଆସୁ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଦାବିକୁ ଧ୍ୟାନ ଦେଉ ନ ଥିବାରୁ ୧୬ କିଲୋମିଟର ଦୂର ମଣ୍ତିକୁ ନ ଯାଇ ସରକାରୀ ନିର୍ଦ୍ଧାରିତ ମୂଲ୍ୟରୁ କମ୍ ଦାମରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସୁନାରିସିକୁଆଁ ପଞ୍ଚାୟତର ଚାଷୀ ଚାଷୀମାନେ । କମ୍ ଦାମରେ ଧାନ ବିକି ଚାଷୀ ନିରାଶ ଥିବା ବେଳେ ପ୍ରଶାସନ ନିରବ ।

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସୁନାରୀସିକୁଆଁ ପଞ୍ଚାୟତରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ଚାଷୀ ଅଛନ୍ତି । ସୁନାରିସିକୁଆଁ ପଞ୍ଚାୟତର ଧାନ ବିକିବା ପାଇଁ ୧୬ କିଲୋମିଟର ଦୂର ଡୁଆଝର ପୋକ୍ସକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିଛି । ୧୬ କିଲୋମିଟର ଜଣେ ଚାଷୀ ଧାନ ନେଇ ବିକିବା କଷ୍ଟକର ବ୍ୟାପାର ବୋଲି ଜଣାପଡେ । ପୁଣି ପୋକ୍ସରେ ବିଭିନ୍ନ ସମସ୍ୟା ରହୁ ଥିବାରୁ ୫/୭ ଦିନ ସେଠାରେ ବେଳେ ବେଳେ ରହିବାକୁ ପଡେ । ସମସ୍ୟାରେ ପଡୁଛନ୍ତି ଚାଷୀ । ଆଜକୁ ପ୍ରାୟ ୧୦ ବର୍ଷ ହେବ ସୁନାରିସିକୁଆଁ ପଞ୍ଚାୟତର ଧାନ ବିକିବା ପାଇଁ ସେ ଗାଁ ଠାରୁ ନିକଟବର୍ତ୍ତି ପୋକ୍ସକୁ କରିବା କିମ୍ବା ସୁନାରିସିକୁଆଁରେ ଧାନ ମଣ୍ତି କରିବାକୁ ଚାଷୀ ଦାବି କରି ଆସୁଛନ୍ତି । କିନ୍ତୁ ପ୍ରଶାସନର ନିରବତା ଯୋଗୁଁ ୧୦ ବର୍ଷ ହେବ ଚାଷୀ ଅଭାବି ବିକ୍ରିର ଶିକାର ହେଉଛନ୍ତି । ୧୬ କିଲୋମିଟର ଯାଇ ଧାନ ବିକିବା ବଦଳରେ ଚାଷୀ କ୍ବିଣ୍ଟାଲ ପ୍ରତି ୧୦୦୦ରୁ ୧୨୦୦ ଟଙ୍କାରେ ଏବେ ବି ବିକୁଛନ୍ତି ଧାନ।

ଚଳିତ ବର୍ଷ ରାଜ୍ୟ ସରକାର ସାଧାରଣ ଧାନକୁ କ୍ବିଣ୍ଟାଲ ପ୍ରତି ୧୮୬୮ ଟଙ୍କା ଧାର୍ଯ୍ୟ କରି ଥିବା ବେଳେ ଗ୍ରେଡ-ଏ ଧାନ ୧୮୮୮ ଟଙ୍କା ଧାର୍ଯ୍ୟ କରିଛନ୍ତି । କିନ୍ତୁ ସୁନାରିସିକୁଆଁ ଅଞ୍ଚଳର ଚାଷୀ ମଣ୍ତି ସମସ୍ୟା ପାଇଁ ୧୦୦୦ରୁ ୧୨୦୦ଟଙ୍କାରେ ଧାନ ବିକୁଛନ୍ତି । ସୁନାରିସିକୁଆଁ ଅଞ୍ଚଳର ଚାଷୀଙ୍କ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୢଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର