ଚାଷୀଙ୍କୁ ବୀମା ପ୍ରତାରଣା : ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲେ

ବରଗଡ଼ : ବୀମା ପ୍ରତାରଣା ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲାର ଚାଷୀମାନେ ପୁଣିଥରେ ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଛନ୍ତି। ସଂଶୋଧିତ କ୍ଲେମ ରିପୋର୍ଟ ଦାଖଲ ପାଇଁ ସୋମବାର ବୀମା କମ୍ପାନି ଶେଷ ଦିବସ ଧାର୍ଯ୍ୟ କରିଥିଲା। କିନ୍ତୁ କୌଣସି ରିପୋର୍ଟ ଦାଖଲ ନହେବାରୁ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଚାଷୀ ଆନ୍ଦୋଳନ ଜାରି ରଖିଥିଲେ ହେଁ ବୀମା କମ୍ପାନିର କୌଣସି କର୍ତୃପକ୍ଷ ଆସିନଥିଲେ। ଏହାପରେ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଆନ୍ଦୋଳନକାରୀ ଚାଷୀଙ୍କ ସହ ଆଲୋଚନା କରିଥିଲେ। ସମସ୍ତଙ୍କୁ ଉଚିତ୍‌ ବୀମାରାଶି ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର