ପାଟଣା : ପାଟଣା ବ୍ଲକ୍ ଯମୁନାପଶି ଲ୍ୟାମ୍ପ୍ସରେ ଧାନ କିଣାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସୋମବାର ଶତାଧିକ ଚାଷୀ ୪୯ ନମ୍ବର ଜାତୀୟ ରାଜପଥର ପାଟଣା ବ୍ଲକ୍ ବାଉଁଶୂଳି ଛକରେ ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟକ ଗାଡ଼ିମୋଟର ଅଟକି ରହିଥିଲା।
ଲ୍ୟାମ୍ପ୍ସରେ କାର୍ଯ୍ୟରତ ଏମ୍ଡି ମନମୁଖୀ କାର୍ଯ୍ୟ କରୁଛନ୍ତି। ଧାନକିଣାରେ ପାତରଅନ୍ତର କରି ହଇରାଣ ହରକତ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ୨୭ ତାରିଖରେ ଏ ସମ୍ପର୍କରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/patna.jpg)