ରାଷ୍ଟ୍ରୀୟ କିଷାନ ଓ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର କୃଷକ ସମ୍ମିଳନୀ

ଚାଷୀ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ପ୍ରଦାନ କରାଯାଉ: ପ୍ରବୀଣ ଭାଇ ତୋଗାଡ଼ିଆ

ଦେବଗଡ଼: ରାଷ୍ଟ୍ରୀୟ କିଷାନ ପରିଷଦ ଓ ଅନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ମିଳିତ ଆନୁକୂଲ୍ୟରେ ତିଲେଇବଣି ବ୍ଲକ୍  ଅନ୍ତର୍ଗତ କୁରେଇବାହାଲ ଗ୍ରାମ ଠାରେ ବିଶାଳ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପ୍ରାନ୍ତୀୟ ସଭାପତି ଦୀପକ ମହାନ୍ତିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କୃଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ମାର୍ଗଦର୍ଶକ ଡ. ପ୍ରବୀଣ ଭାଇ ତୋଗାଡ଼ିଆ ଯୋଗଦେଇ କୃଷକଙ୍କ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ନିର୍ଦ୍ଧାରଣ ସହ ବନ୍ୟଜନ୍ତୁ ଦ୍ୱାରା କ୍ଷତି ଗ୍ରସ୍ତ ଫସଲର କ୍ଷତି ପୂରଣ ରାଶି ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି।

ଏହା ସହିତ ଚାଷୀ ଉତ୍ପାଦିତ ଫସଲରେ ଚାଷୀର ଅଧିକାର ବଦଳରେ ଚାଷୀଙ୍କୁ ଲୁଣ୍ଠନ କରୁଥିବା ସରକାରୀ ନୀତିକୁ ବରଦାସ୍ତ କରାଯିବ ‌ନାହିଁ ବୋଲି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ମନୋଜ ସାହୁ, ସମ୍ପାଦକ ପ୍ରେମ ସାଗର ସାହୁ, ସଂଗଠନ ମନ୍ତ୍ରୀ ଭୋଳା ବାବା, ପଶ୍ଚିମ ପ୍ରାନ୍ତୀୟ ସମ୍ପାଦକ ଲବ ରଣା, ସହ ସମ୍ପାଦକ ହେମନ୍ତ ମେହେର, ଦେବଗଡ଼ ଜିଲ୍ଲା ସଭାପତି ମହାଦେବ ସାହୁ, ପ୍ରାନ୍ତୀୟ କିଷାନ ପରିଷଦ ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ବେହେରା ଓ ରାଷ୍ଟ୍ରୀୟ କିଷାନ ପରିଷଦ ବ୍ଲକ୍ ସଭାପତି କିଶୋର ଚନ୍ଦ୍ର ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ। ଉକ୍ତ ସମ୍ମିଳନୀରେ ବହୁ କୃଷକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର