ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକର କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁରୁ୍ମିଙ୍ଗିଆ ଗ୍ରାମରେ ଗୁରୁବାର ମଧ୍ୟରାତ୍ରୀରେ ପଡ଼ୋଶୀ ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡରୁ ୧୮ ଟିକିଆ ହାତୀ ପଲ ପଶି ଆସିଥିବା ନେଇ ସୂଚନା ମିଳିଛି। ଗତବର୍ଷ ମଧ୍ଯ ନିକଟସ୍ଥ ବନଖଣ୍ଡରୁ ଉକ୍ତ ଗ୍ରାମକୁ ହାତୀପଲ ଆସି ଖାଦ୍ୟ ଖାଇବା ସହ ନଷ୍ଟ କରିଥିବା ନଜିର୍ ରହିଛି। କିନ୍ତୁ ଚଳିତ ବର୍ଷ ଏହି ହାତୀପଲ ଖାଦ୍ୟ ସନ୍ଧାନରେ ଆଗୁଆ ଆସି ପହଞ୍ଚି ଯାଇଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2024/05/IMG-20240517-WA0305.jpg)
କୁରୁ୍ମିଙ୍ଗିଆ ଗ୍ରାମବାସୀଙ୍କ ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ପ୍ରାୟ ୧୮ଟି ହାତୀ ଗାଁ ଶେଷ ଓ ଜଙ୍ଗଲ ନିକଟସ୍ଥ ସ୍ଥାନକୁ ଆସି ଅମୃତ ଭଣ୍ଡା, ଆମ୍ବ, ପଣସ, ଧାନ ଫସଲ ଖାଇବା ପରେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଯାଇଛନ୍ତି କିନ୍ତୁ ହାତୀପଲ ଖାଦ୍ୟ ସନ୍ଧାନରେ ପୁଣି ଫେରିବା ଭୟରେ ଗ୍ରାମବାସୀ ସମୟ ପୂର୍ବରୁ ଜମିରେ ଥିବା ଖରା ଦିନିଆ ଧାନ ଫସଲ କାଟି ଘରକୁ ଆଣୁଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2024/05/IMG-20240517-WA0302.jpg)
କୁରୁ୍ମିଙ୍ଗିଆ ଜଙ୍ଗଲର ବିଭିନ୍ନ ରାସ୍ତା ଦେଇ ଚଳପ୍ରଚଳ କରିଥିବା ହାତୀମାନଙ୍କ ମଳତ୍ୟାଗରୁ ସ୍ପଷ୍ଟ ବାରି ହେଉଛି ଏକ ବହୁତ ବଡ଼ ହାତୀପଲ ଆସିଛନ୍ତି ଓ ଗାଁ ମଧ୍ୟରେ ଥିବା ଆମ୍ବ, ପଣସ, କଦଳୀ ଖାଇଥିବା ଦେଖି ଲୋକେ ଭୟଭୀତ ଅବସ୍ଥା ଥିବାରେ ରହିଥିବା କହିଛନ୍ତି। ଶୁକ୍ରବାର ସକାଳୁ ଖବର ପାଇ ଘୁ.ଉଦୟଗିରି ବନ ବିଭାଗୀୟ କର୍ମଚାରୀ କୁରୁ୍ମିଙ୍ଗିଆରେ ପହଞ୍ଚି ୧୮ ଟିକିଆ ହାତୀପଲଙ୍କ ଗତି ବିଧି ଉପରେ ନଜର ରଖିବା ସହ ଗ୍ରାମବାସୀଙ୍କୁ ଜଙ୍ଗଲ ଭିତରକୁ ଯିବା ପାଇଁ ମନା କରିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/elephant-kkk.jpg)