ଝରିଗାଁ: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ 'ଫେଙ୍ଗଲ' ପ୍ରଭାବରେ ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଳକରେ ଶନିବାର ସକାଳୁ ଘନ କୁହୁଡି ଥିବା ବେଳେ ଦିନ ତମାମ କୋହଲା ପାଗ ରହିଥିଲା। ଝରିଗାଁ ବ୍ଲକରେ ହଠାତ ପାଗ ପରିବର୍ତ୍ତନ ହେବାରୁ ଚାଷୀଙ୍କ ମନରେ ଛନକା ପଶିଛି। ଝରିଗାଁ ବ୍ଳକରେ ୧୬,୮୩୫ ଜଣ ଚାଷୀ ରହିଥିବା ବେଳେ ଚଳିତ ବର୍ଷ ୮୬୫୨ ହେକ୍ଟର ଜମିରେ ଭିବିନ୍ନ କିସମର ଧାନ ଚାଷ ହେଉଛି। ସେହିପରି ୭୯୫୦ ହେକ୍ଟରରେ ମକା ଚାଷ ହେଉଥିବା ବେଳେ ୪୭୦ ହେକ୍ଟର ଜମିରେ ପରିବା ଚାଷ ହେଉଥିବା ସୂଚନା ମିଳିଛି।
ଏହି ଖବର ପଢ଼ନ୍ତୁ: ୫ ଡିସେମ୍ବରରେ ମହାରାଷ୍ଟ୍ରରେ ନୂଆ ସରକାର !
ବ୍ଲକର ପ୍ରାୟ ଚାଷୀମାନେ ଜମିରୁ ଧାନ ଓ ମକା ଅମଳ କରି ବିଭିନ୍ନ ସ୍ଥାନରେ ରଖିଥିବା ଦେଖିବାକୁ ମିଳିଛି। ଉପଯୁକ୍ତ ସ୍ଥାନ ଅଭାବରୁ ବ୍ଲକର କିଛି ଚାଷୀ ଅମଳ ଧାନ ଓ ମକା ଖଳା କିମ୍ବା ଘର ବାହାରେ ରଖିଥିବା ଦେଖିବାକୁ ମିଳିଛି। ଅନ୍ୟନପଟେ ବର୍ଷା ହେବାର ଆଶଙ୍କା କରି କିଛି ଚାଷୀ ତରବରିଆ ଭାବେ ସୁରକ୍ଷିତ ସ୍ଥାନକୁ ଧାନ ଓ ମକା ନେଉଛନ୍ତି। କିଛି ଚାଷୀ ସ୍ଥାନ ଅଭାବ ଯୋଗୁ ଘର ବାହାରେ ଧାନ ଓ ମକା ରଖୁଛନ୍ତି।
/sambad/media/media_files/2024/11/30/aba9a1fa-075a-4f70-ba45-6a4b714974aa.jpg)
ଏହି ଖବର ପଢ଼ନ୍ତୁ: ପାଣିରେ ପଡ଼ିଲା ଲକ୍ଷଲକ୍ଷ ଟଙ୍କାର ଦୋକାନ ଗୃହ
ଯେଉଁ ଚାଷୀ ଜମିରେ ଧାନ ଓ ମକା ରଖିଛନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି। ଯଦି ବର୍ଷାରେ ଧାନ ଓ ମକା ଭିଜିଯାଏ ତେବ ରଙ୍ଗ ପରିବର୍ତ୍ତନ ହେବା ସହ ଅଧିକ ବର୍ଷା ହେଲେ ଗଜା ହେବାର ସମ୍ଭାବନା ଦେଖାଦେଇଛି।
ଅନ୍ୟପକ୍ଷେ ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ପ୍ରାୟ ଜମିରେ ଜଳଚେଚନ ସୁବିଧା କରାଯାଇନଥିବା ବେଳେ ବର୍ଷକୁ ଥରେ ମାତ୍ର ବର୍ଷା ଦିନରେ ଏଠାକାର ଚାଷୀ ଚାଷ କରନ୍ତି। ଚାଷ କରି ଯାହା ରୋଜଗାର ହୁଏ ସେତିକିରେ ପରିବାର ଚଳିଥାଏ। ଏଭଳି ପରିସ୍ଥିତିରେ କୋହଲା ପାଗକୁ ଦେଖି ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଝରିଗାଁ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବାଗଙ୍କ କହିବା ଅନୁଯାୟୀ, ବର୍ଷା କିମ୍ବା ମେଘୁଆ ପାଗ ଅଧିକ ଦିନ ରହିଲେ ଡାଲିଜାତୀୟ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ବିଶେଷ କରି ହରଡ଼ ଗଛରେ ଫୁଲ ଝଡ଼ିବାର ସମ୍ଭାବନା ରହିଛି। ସେହିପରି ଧାନ ଓ ମକା ଚାଷୀମାନେ ଅମଳ ଫସଲ ଘରକୁ ନେଇ ସୁରକ୍ଷିତ ରଖିବା ପାଇଁ ଅନୁରୋଧ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ଡିସେମ୍ବର ୨ ତାରିଖରୁ ଖୋଲିବ ଧାନମଣ୍ଡି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/30/490a95d5-7302-4367-965e-06ed3c31d6d9.jpg)