କେନ୍ଦୁଝର : ପଙ୍ଗପାଳକୁ ନେଇ ସାରାଦେଶରେ ଗତ କିଛିଦିନ ଧରି ଲାଗି ରହିଛି ଚର୍ଚ୍ଚା। ଏମିତି ସମୟରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକର କିଛି ଅଞ୍ଚଳରେ ବହୁ ସଂଖ୍ୟାରେ ଝିଣ୍ଟିକା ପଲକୁ ଦେଖି ଚାଷୀ ଛାନିଆ ହୋଇଯାଇଛନ୍ତି। କେନ୍ଦୁଝର ସଦର ବ୍ଲକର ବାସୁଦେବପୁର, ବାରଖଣ୍ଡା, ହରିହରପୁର ଆଦି ଗ୍ରାମାଞ୍ଚଳରେ ଗତ ଦୁଇଦିନ ଧରି ଏହି ଝିଣ୍ଟିକା ଦେଖିବାକୁ ମିଳୁଛି। ଏଗୁଡ଼ିକ ଦଳଦଳ ହୋଇ ବିଭିନ୍ନ ଗଛରେ ଲାଖି ରହୁଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପଙ୍ଗପାଳର ଭୟ ସୃଷ୍ଟି ହୋଇଛି।
ଏ ସଂପର୍କରେ ଚାଷୀ ଝସକେତନ ମହାନ୍ତ କହିଛନ୍ତି, ଗତ ଦୁଇଦିନ ହେବ ଆମ ଅଞ୍ଚଳରେ ଏହି ଝିଣ୍ଟିକାକୁ ଦେଖିବା ପରେ ସ୍ବାଭାବିକ ଭାବେ ଭୟ ସୃଷ୍ଟି ହୋଇଛି। ବହୁସଂଖ୍ୟାରେ ଗଛପତ୍ରରେ ଲାଖି ରହୁଥିବାରୁ ଚାଷୀମାନେ କଣ କରିବେ ବୁଝି ପାରୁନାହାନ୍ତି। ଯଦିଓ ପନିପରିବା କିମ୍ବା ଫସଲ ନଷ୍ଟ କରିଥିବାର ନଜିର ନାହିଁ ତଥାପି କେତେକ ଚାଷୀ ତ ଝିଣ୍ଟିକା ବସିଥିବା ନିଜ ଫସଲରେ ନିଆଁ ଲଗାଇ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏ ସଂପର୍କରେ ଆମେ ଜଣେ କୃଷି ବିଜ୍ଞାନୀ ପ୍ରଫେସର ଏସ୍. ରାଉତଙ୍କୁ ପଚାରିଥିଲୁ। ତାଙ୍କୁ ଏହି ଝିଣ୍ଟିକା ଦେଖାଇଥିଲୁ। ସେ କହିଥିଲେ, ଏହା ଯଦିଓ ପଙ୍ଗପାଳ ଜାତୀୟ, ମାତ୍ର ପଙ୍ଗପାଳ ନୁହନ୍ତି। ଏହା ବିଶେଷକରି ଜଙ୍ଗଲୀ ଗଛକୁ ନଷ୍ଟ କରିଥାନ୍ତି। କେନ୍ଦୁଝର ଜିଲ୍ଲାର ଜଙ୍ଗଲରେ ଥିବା ଶାଳ, ଆମ୍ବ, ପଣସ ବା ସେଭଳି ଗଛର ପତ୍ର ଖାଇ ନଷ୍ଟ କରିଥାନ୍ତି। ପରିବା କିମ୍ବା ଫସଲ ନଷ୍ଟ କରି ନଥାନ୍ତି ବୋଲି ସେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/panga.jpg)