ପାଣି ପାଇଁ ଚାଷୀ ହତାଶ: କୁଆଡ଼େ ଗଲା ପାଣି ପଞ୍ଚାୟତ?
ବରଗଡ଼: ସ୍ବାଭାବିକ ବର୍ଷାରୁ ବରଗଡ଼ ଜିଲ୍ଲା ଦଶନ୍ଧି ହେଲା ବଂଚିତ ରହିଛି। ବର୍ଷା ବାରମ୍ବାର ଧୋକା ଦେବା ଯୋଗୁଁ ଚାଷବାସ ଉପରେ ଏହାର ସିଧା ପ୍ରଭାବ ପଡ଼ୁଛି। ବର୍ଷାକୁ ଭରସା କରି ଚାଷୀ ଆଉ ଚାଷବାସ କରୁନାହାନ୍ତି। ଜିଲ୍ଲାର ତିନୋଟି ବ୍ଲକ୍ ଜଳସେଚିତ। ବଳକା ବ୍ଲକ୍ରେ ବର୍ଷାଭାବ ହେଲେ ମରୁଡ଼ି ପରିସ୍ଥିତି ଉପୁଜୁଛି। ଜଳସେଚନ ସୁବିଧା ନଥିବା ଜିଲ୍ଲାର ଅଧିକାଂଶ ଅଂଚଳରେ ବିଜୁଳି ସେବା ଠପ୍ ଥିବାରୁ ଏମ୍ଅାଇ ପଏଣ୍ଟ ଅଚଳ ରହିଛି। ଫଳରେ ଜଳାଭାବ ଯୋଗୁଁ ଫସଲ ଉଜୁଡ଼ୁଛି।ତେବେ ଚାଷୀଙ୍କ ପାଇଁ ଗଠିତ ପାଣି ପଞ୍ଚାୟତ ଗୁଡ଼ିକ ଏବେ ଗଲେ କୁଆଡ଼େ? କୁଆଡ଼େ ଗଲା ପାଣି? ଚାଷକାର୍ଯ୍ୟକୁ ବ୍ୟବସ୍ଥିତ କରିବା ଏବ˚ ଜଳବଣ୍ଟନ ବ୍ୟବସ୍ଥାକୁ ତ୍ରୁଣମୂଳ ସ୍ତରରେ ବିକେନ୍ଦ୍ରୀକରଣ କରିବା ଉଦ୍ଦେଶ୍ୟରେ ପାଣି ପଞ୍ଚାୟତ ଗଠନ କରାଯାଇଥିଲା। କିନ୍ତୁ ପାଣି ପଞ୍ଚାୟତ କିଭଳି ପାଣିରେ ପଡ଼ୁଛି ତାହାର ନଗ୍ନ ନମୁନା ଜିଲ୍ଲାର ବିଭିନ୍ନ ଅଣସେଚିତ ଇଲାକାରେ ଦେଖିବାକୁ ମିଳୁଛି। ପଦ୍ମପୁର ଉପଖଣ୍ତର କୁମୁଡ଼ିନାଳା ସହ ସ˚ପୃକ୍ତ ସି˚ହନପୁର ମା’ ଲଙ୍କେଶ୍ବରୀ ପାଣି ପଞ୍ଚାୟତ ଶାଖାକୁ ଉଦାହରଣ ଭାବେ ନିଆଯାଇପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଏକଦା ଶ୍ରେଷ୍ଠତା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ଲାଭ କରିଥିଲା। କିନ୍ତୁ ଏହି ପାଣି ପଞ୍ଚାୟତ ଏବେ ନିଶ୍ଚିହ୍ନ। ସୂଚନା ମୁତାବକ, ୨୦୧୧-୧୨ ଆର୍ଥିକ ବର୍ଷରେ କୁମୁଡ଼ିନାଳାର ସ˚ପୃକ୍ତ ଥିବା ୭ଟି ପାଣି ପଞ୍ଚାୟତ ପ୍ରକଳ୍ପ ପାଇଁ ୧୯,୭୮,୯୪୮ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିରୁ ସି˚ହନପୁର ଭାଗରେ ପଡ଼ିଥିଲା ସର୍ବାଧିକ ୨,୯୬,୬୧୯ ଟଙ୍କା। ଅନୁଦାନ ରାଶିରୁ ଜୋର୍ସୋର୍ କାମ ଚାଲିଲା। କିଛି ଦିନ ସୁରୁଖୁରୁରେ ସବୁକିଛି ଚାଲିବା ପରେ କେଇ ମାସ ଭିତରେ ନାଳା ଜାମ୍ ହୋଇ ଯିବାରୁ ଆଉ ଚାଷ ଜମିକୁ ପାଣି ମାଡ଼ିଲା ନାହିଁ। ଚାଷୀ ବାରମ୍ବାର ସ˚ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଭେଟିଲେ ବି କିଛି ଲାଭ ମିଳିଲା ନାହିଁ। ଏହି ପାଣି ପଞ୍ଚାୟତ ଏବେ ଶୁଖିଲା ପଡ଼ିଛି। ପାଣି ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ଥିବା ଜମି ଗୁଡ଼ିକ ଏବେ ସ˚ପୂର୍ଣ୍ଣ ଟା˚ଗରା।
ଉପର ମୁଣ୍ତରେ ଜମି ମାଫିଆମାନେ ସ୍ରୋତକୁ ଅବରୋଧ କରିବା ଏବ˚ ପୋତି ଦେବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ୨୦୧୨-୧୩ ମସିହାରେ ଏହାର କ˚କ୍ରିଟକରଣ ଏବ˚ ମରାମତି ବାବଦକୁ ପାଖାପାଖି ୧୨ ଲକ୍ଷ ଟଙ୍କା ଅଟକଳ କରାଯାଇଥିଲା। କିନ୍ତୁ ଅନୁଦାନ ନମିଳିବାରୁ କାମ ଠପ୍ ପଡ଼ିଛି। ପଦ୍ମପୁର ଉପଖଣ୍ତ ବ୍ୟତୀତ ଜିଲ୍ଲାର ବିଭିନ୍ନ ଅଣଜଳସେଚିତ ବ୍ଲକରେ ମଧୢ ପାଣି ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଛି। ପାଣି ପଞ୍ଚାୟତ ଠିକାଦାରଙ୍କୁ ପୋଷିବା ପାଇଁ ଗୋଟିଏ ସ˚ସ୍ଥା ବୋଲି ମଧୢ କୁହାଯାଉଛି।