କୃଷି ବୀମା ଟଙ୍କା ପାଇଁ ଚାଷୀ ଘେରିଲେ ଜିଲ୍ଲାପାଳ କାର୍ଯ୍ୟାଳୟ

ବଲାଙ୍ଗୀର: କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଅଧୀନସ୍ଥ ଚାଷୀମାନେ କୃଷିବୀମା ଟଙ୍କା ପ୍ରଦାନ କରିବା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ୱରେ ଚାଷୀମାନେ ଅନେକ ସମୟ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଜିଲ୍ଲାର ଅଧିକାଂଶ ପଞ୍ଚାୟତର ୨୦୨୧ ମସିହାର କୃଷିବୀମା ଟଙ୍କା ମିଳି ନାହିଁ। ବାରମ୍ବାର ଆନ୍ଦୋଳନ ପରେ ମଧ୍ୟ ତାହା ଦିଆଯାଉ ନାହିଁ। ଜିଲ୍ଲାର ଦାଦନପ୍ରବଣ ବ୍ଲକ୍‌ଗୁଡ଼ିକରେ ଚାଷୀମାନେ କୃଷିବୀମା ଟଙ୍କା ପାଇନଥିବାରୁ ଏବେ ଦାଦନ ଯିବାକୁ ଉଦ୍ୟମ କରୁଛନ୍ତି ବୋଲି ବିଧାୟକ ଶ୍ରୀ ସାଲୁଜା କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଚଞ୍ଚଳ ରାଣା ଶୀଘ୍ର ଚାଷୀମାନଙ୍କୁ କୃଷିବୀମା ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର