ହରିଚନ୍ଦନପୁର : ହରିଚନ୍ଦନପୁର ଲ୍ୟାମ୍ପସରେ ଧାନ ବିକ୍ରି କରିବାପାଇଁ ଚଳିତବର୍ଷ ୨୩ଶହ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଏହି ଚାଷୀଙ୍କଠାରୁ ୨ ଲକ୍ଷ ୩୯ ହଜାର କୁଇଣ୍ଟାଲ ଧାନ କିଣାଯିବ। କିନ୍ତୁ ଗତକାଲି ସୁଦ୍ଧା ୧୩୩୩ଜଣ ଚାଷୀ ମାତ୍ର ୬୫ ହଜାର ୬୬୪ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଚାଷୀଙ୍କୁ ଟୋକନ ମିଳିଥିବାବେଳେ ଟାର୍ଗେଟ ଆସିନଥିବା କହି ଲ୍ୟାମ୍ପସ କର୍ତ୍ତୃପକ୍ଷ ଧାନ କିଣୁ ନଥିବାରୁ ଚାଷୀମାନେ ଲ୍ୟାମ୍ପସ କାର୍ଯ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରୁ ହରିଚନ୍ଦନପୁର ଲ୍ୟାମ୍ପସର ହରିଚନ୍ଦନପୁର, ଭଗାମୁଣ୍ଡା, ରେବଣାପଳାଶପାଳ ଓ ବଡ଼ପଳାଶପାଳରେ ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଧାନ କିଣାଯାଉଛି। ୩ ମାସରେ ମାତ୍ର ୧୩୩୩ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ଅବଶିଷ୍ଟ ୧୦୦୦ ଚାଷୀ ଧାନ କେବେ ବିକ୍ରି କରିବେ ତାକୁ ନେଇ ପ୍ରଶ୍ନ ଉଠିଛି। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଟୋକନ ମିଳିଛି। କିନ୍ତୁ ଲ୍ୟାମ୍ପସକୁ ଟାର୍ଗେଟକୁ ମିଳୁନଥିବାରୁ ଚାଷୀମାନେ ସେମାନଙ୍କ ଧାନ ସଠିକ ସମୟରେ ବିକ୍ରି କରି ପାରୁନାହାନ୍ତି। ଜାନୁଆରି ୨୦ ତାରିଖରେ ଟୋକନ ପାଇଥିବା ଚାଷୀମାନେ ଗତକାଲି ସେମାନଙ୍କ ଧାନ ବିକ୍ରି କରିଥିବାବେଳେ ଇତିମଧ୍ୟରେ ୧୫୦ଜଣ ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇଯାଇଛି। ଆଜି ଟାର୍ଗେଟ ନ ଆସିଲେ ୯୩ଜଣ ଏବଂ ଆସନ୍ତାକାଲି ଟାର୍ଗେଟ ନ ଆସିଲେ ୧୩୦ଜଣ ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇଯିବ ବୋଲି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଅନନ୍ତ ଚରଣ ମହାନ୍ତ ସୂଚନା ଦେଇଛନ୍ତି। ଟୋକନ ପାଇଥିଲେ ମଧ୍ୟ ଧାନ ବିକ୍ରି କରିପାରୁ ନଥିବାରୁ ଚାଷୀମାନେ ଲ୍ୟାମ୍ପସ କାର୍ଯ୍ୟାଳୟକୁ ଆସି ହୋହାଲ୍ଲା କରିଛନ୍ତି। ତୁୁରନ୍ତ ଟୋକନ ଲ୍ୟାପ୍ସ ହୋଇଥିବା ଚାଷୀଙ୍କ ଧାନ କିଣିବାକୁ ଚାଷୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/paddy-ghatgoan.jpg)
