ନୂଆପଡ଼ା/ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଲିଆଡ଼ ମଣ୍ତି ବନ୍ଦ ହେବାରୁ ଚାଷୀମାନେ ପ୍ରତିବାଦ କରିବା ସହ ପୁନର୍ବାର ସେଠାରେ ମଣ୍ତି ସ୍ଥାପନ ପାଇଁ ଦାବି କରିଛନ୍ତି। ଶନିବାର ଦିନ ଶତାଧିକ ଚାଷୀ ଏକାଠି ହୋଇ ପ୍ରତିବାଦ କରିବା ସହ ଧାରଣାରେ ବସିଥିଲେ।
ସେମାନ ଅଭିଯୋଗ କରିଛନ୍ତି ଯେ ୧୫ ବର୍ଷ ହେବ ମଣ୍ତିରୁ ଧାନ ସଂଗ୍ରହ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଏହାକୁ ବନ୍ଦ କରି ୭କିମି ଦୂର ମଖାପଦରରେ ମଣ୍ତି ସ୍ଥାପନ କରିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ପୂର୍ବ ସ୍ଥାନରେ ମଣ୍ତି ସ୍ଥାପନ କରି ଧାନ କ୍ରୟ ନକଲେ ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ମଣ୍ଡି ଖୋଲା ନହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି କହିଛନ୍ତି। ଧାରଣାରେ ସୁରେଶ ପଣ୍ଡା, ଅଶ୍ବିନୀ ପଣ୍ଡା, ସୁଂଧାଶୁ ପଣ୍ଡା, ଜୟ ପଣ୍ଡା, ରାଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/c5d8e8a0-8884-4506-91bb-aa98e9203d82.jpg)