ଭୁବନେଶ୍ବର : ଏପ୍ରିଲ୍‌ରେ ଦ୍ବିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ବଣ୍ଟନ ଘୋଷଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି, ଚାଷୀ ତାଲିକା ନେଇ ରାଜ୍ୟ ସରକାର ଭେଳିକି ଦେଖାଉଛନ୍ତି। କାଳିଆ ଯୋଜନା ନାଁରେ ୫୦ ଲକ୍ଷ ଚାଷୀଙ୍କୁ ସହାୟତା ଦେବେ ବୋଲି ସରକାର କହିଥିଲେ। କିନ୍ତୁ ଏବେ ଏହି ତାଲିକା କୁଆଡ଼େ ଗଲା ? ରାଜ୍ୟ ସରକାର ୧୨ ଲକ୍ଷ ଲୋକଙ୍କୁ ପ୍ରଥମ ପର୍ଯ୍ୟାୟ‌େର ଅର୍ଥ ଦେଲେ ବୋଲି କହିଲେ। ଯଦି ସେମାନଙ୍କର ୫ ଏକର ତଳେ ଜମି ଥିଲା ଏବଂ ସେମାନେ ପ୍ରକୃତ ଲାଭାର୍ଥୀ, ତେ‌େ‌ବ କେନ୍ଦ୍ରକୁ କାହିଁକି ମାତ୍ର ୯ ଲକ୍ଷ ତାଲିକା ପଠାଇଲେ ? ଓଡ଼ିଶାରେ ଭୂମିହୀନ ଓ ଭାଗଚାଷୀ ତାଲିକା କୁଆଡ଼େ ଗଲା ? ମନଇଚ୍ଛା ରାଜ୍ୟ ସରକାର ନିଜ ସୁବିଧା ଅନୁସାରେ ତାଲିକା ପ୍ରସ୍ତୁତ କରୁଛନ୍ତି।

Advertisment

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ୧୨ ଲକ୍ଷ ଲୋକଙ୍କୁ ଦେଶରେ ୫ ଲକ୍ଷ ଟଙ୍କା ପରିବାର ପିଛା ଦେଇ ଲାଭ ପହଞ୍ଚାଗଲାଣି। ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ ନ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କ‌େଲ। ମାତ୍ର ଲାଭାର୍ଥୀ ତାଲିକା କୁଆଡ଼େ ଗଲା ? ଟେକ୍ନୋଲୋଜି ନେଟ୍‌ୱର୍କ କାହିଁକି କରାଯାଉ ନାହିଁ ? ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ପ୍ରତିଦିନ ଗୋଟିଏ ଗୋଟିଏ ସ୍ଲୋଗାନ୍ ଆଧାରରେ କାର୍ଯ୍ୟକ୍ରମ କରାଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ତାତ୍ସଲ୍ୟ କରିଛନ୍ତି।