ରାମଚନ୍ଦ୍ରପୁର : ଟୋକନ ପାଇଥିଲେ ମଧ୍ୟ ଚାଷୀଙ୍କ ଧାନ କିଣା ହେଉନଥିବାରୁ ଘସିପୁରା ବ୍ଲକ୍ ଅଳତି କୃଷି ସମବାୟ ସମିତିରେ ସୋମବାର ଦିନ ଚାଷୀମାନେ ତାଲା ପକାଇ ଦେଇଛନ୍ତି। ସମବାୟ ସମିତି ଅଧୀନରେ ୭୭୧ଜଣ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜିକୃତ ହୋଇଥିଲେ। ୬୩ଜଣ ଚାଷୀଙ୍କୁ ଫେବ୍ରୁଆରି ୧ ତାରିଖରେ ଧାନ ବିକିବା ପାଇଁ ଟୋକନ ମିଳିଥିଲା। ଆଜି ଟୋକନ ଅବଧି ସରିବାର ଶେଷଦିନ ଥିବାରୁ ଧାନ କିଣିବାକୁ ଚାଷୀମାନେ ସମିତି ସମ୍ପାଦକଙ୍କୁ କହିଥିଲେ। ଟାର୍ଗେଟ୍ ଆସିନଥିବାରୁ ଧାନ କିଣାଯାଇ ପାରିବ ନାହିଁ ବୋଲି ସମ୍ପାଦକ ମୀନକେତେନ ରାଉଳ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ବିଶ୍ଵଜିତ କର, ରବୀନ୍ଦ୍ର ଦାସ, ଦେବାଶିଷ ଓଝା, କାହ୍ନୁଚରଣ ମଲିକ, ଆନନ୍ଦ ପଣ୍ତା, ଅଜୟ ସ୍ୱାଇଁ, ରାଜେନ୍ଦ୍ର ଦାଶ, କୃପାସିନ୍ଧୁ ମଲିକ, ଅମିୟ ରଂଜନ ସ୍ୱାଇଁ, ହିମାଂଶୁ ରାଉତ, ଘନଶ୍ୟାମ ମହାରଣା, ନିରଞ୍ଜନ ସ୍ୱାଇଁ, ଅକ୍ଷୟ ସେଠୀ, ଜଗତାନନ୍ଦ ସ୍ବାଇଁ, ତୈଲୋକ୍ୟ କର, ଚିନ୍ତାମଣି ଜେନା, କୁଳମଣି ଦାଶ, ବୈଲୋଚନ ସ୍ୱାଇଁ, ମନୋରଞ୍ଜନ କର ପ୍ରମୁଖ ଚାଷୀ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ। ସମ୍ପାଦକ ଶ୍ରୀ ରାଉଳ ଏ ସମ୍ପର୍କରେ ଆନନ୍ଦପୁର ସହକାରୀ ନିବନ୍ଧକ ଅଜୟ କୁମାର ସେଠୀଙ୍କ ସହ ଆଲୋଚନା କରିଥିଲେ। ସନ୍ଧ୍ୟା ସୁଦ୍ଧା ଟାର୍ଗେଟ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯିବାରୁ ଚାଷୀମାନେ ଧାରଣାରୁ ଉଠିବା ସହ ତାଲା ଖୋଲିଥିଲେ।
ଧାନ କିଣା ହେଉନଥିବାରୁ ଘସିପୁରା ବ୍ଲକ୍ ଅଳତି ସମବାୟ ସମିତିରେ ତାଲା ମାରିଲେ ଚାଷୀ
/sambad/media/post_attachments/wp-content/uploads/2021/03/ramachandrapur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)