ଚଣ୍ଡିଖୋଲ: ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ସହିତ ୧୯ ଦଫା ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଧାନମଣ୍ଡଳରୁ ଭୁବନେଶ୍ୱର  ଅଭିମୁଖେ ବାହାରିଥିବା ସତ୍ୟାଗ୍ରହ ପଦଯାତ୍ରା ଆଜି ଯାଜପୁର ଜିଲ୍ଲା ଅତିକ୍ରମ କରିଛି। ବଡ଼ଚଣାଛକ ଠାରେ କୃଷକମାନେ ଗତକାଲି ରାତ୍ରିଯାପନ କରିଥିଲେ। ପଦଯାତ୍ରାରେ ବାହାରିଥିବା କୃଷକମାନେ ୧୬ ନମ୍ବର ଜାତୀୟ ରାଜପଥର ବାଇପାସ ରାସ୍ତାରେ ଶୋଇଥିବା ଦେଖିବାକୁ ମିଳିଥିଲା । ଆଜି ସକାଳେ ବଡ଼ଚଣା ଛକ ନିକଟରୁ ବାହାରି ବନ୍ଦାଳ ଓ ଛତିଆ ଦେଇ କଟକ ଜିଲ୍ଲାର ଟାଙ୍ଗି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକରେ ପହଞ୍ଚିଥିଲେ।  ବନ୍ଦାଳଛକ ଠାରେ ମଧ୍ୟାହ୍ନ ଭୋଜନ ପରେ କଟକ ଅଭିମୁଖେ ବାହାରିଥିଲେ।

Advertisment

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ସହସ୍ରାଧିକ ଚାଷୀ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି। ଯାଜପୁର ଜିଲ୍ଲା ଅତିକ୍ରମ କରିବା ପର୍ଯ୍ୟନ୍ତ ରାସ୍ତାରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ପଦଯାତ୍ରା କଟକ ଜିଲ୍ଲାରେ ପହହଞ୍ଚିବା ପରେ ସେଠାକାର ପୁଲିସ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏହି ସତ୍ୟାଗ୍ରହ ପଦଯାତ୍ରାରେ ଯାଜପୁର, କଟକ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡା ଓ ଜଗତସିଂହପୁର ସମେତ ବିଭିନ୍ନ ଜିଲ୍ଲାରୁ ଉଭୟ ମହିଳା ଓ ପୁରୁଷ ଚାଷୀ ସାମିଲ ହୋଇଛନ୍ତି।