ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଗୋକୁଳେଶ୍ବର ପାଣି ପଞ୍ଚାୟତର ଗୋକୁଳେଶ୍ବର, ବିଶୋଡି, ଜୁଜୁରାଙ୍ଗ ମୈାଜାର ଚାଷୀ ରେତ କ୍ଷୁଦ୍ର ଜଳସେଚନ ଯୋଜନାରୁ ସେମାନଙ୍କ କେନାଲର ତଳମୁଣ୍ଡରେ ପାଣି ପହଞ୍ଚୁ ନଥିବା ନେଇ ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। କେରୋକୁଡ଼ା ଆରଡି ଶୂନରୁ ଆରଡି ୫୮୮୨ ବିଶୋଡି, ଜୁଜୁରାଙ୍ଗ ଗୋକୁଳେଶ୍ବର ମାଇନର, ସବ୍ମାଇନର କେନାଲରେ ଆଦୈା ପାଣି ଆସୁନାହିଁ। କେରୋକୁଡ଼ାରେ ଥିବା ଗେଟ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ଦେଗାଡ଼ି କେନାଲରେ ପାଣି ଆସୁଛି ଓ ବଳକା ଦେପାଡ଼ି ନାଳରେ ବହି ଯାଉଛି। ନିଅଣ୍ଟିଆ ବର୍ଷା ଚିନ୍ତାରେ ପକାଇଥିବା ବେଳେ ତୁରନ୍ତ କେନାଲରେ ପାଣି ବ୍ୟବସ୍ଥା କରାନଗଲେ ଚାଷ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେବାର ଆଶଙ୍କା ରହିଛି। କେନାଲ ହୁଡ଼ା ଏବଂ କେନାଲ ଶଯ୍ୟାରେ ଅନାବନା ଘାସ ଭର୍ତ୍ତି ହେବା ଯୋଗୁଁ କେନାଲ ପାଣି ତଳମୁଣ୍ଡକୁ ଠିକ ଭାବରେ ପହଞ୍ଚୁ ନାହିଁ। ଗତ ଅଗଷ୍ଟ ୨୦ ତାରିଖ କେସିଙ୍ଗା କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇବା ପରେ ପ୍ରାୟ ୬୫୦ ବାଳିବସ୍ଥା ଦ୍ବାରା ମରାମତି କାମ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କେନାଲ ପାଣି ଛଡ଼ା ଯାଇନାହିଁ। ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ରବୀନ୍ଦ୍ର ସିଂହ, ହରିଶଙ୍କର ଗଉଡ଼, ଚତୁର ଶବର, ମୋହନ ଶବର, ଭଗବାନ ଗଉଡ଼, ହୋତା ଗଉଡ଼, କ୍ଷେତ୍ର ଶବର, ଗୁଣ ମାଝୀ, ମଧୁ ବେହେରା ପ୍ରମୁଖ ଯୁବନେତା ସାମନ୍ତ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ
ତଳମୁଣ୍ଡକୁ ପହଞ୍ଚୁନି କେନାଲ୍ ପାଣି: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ
/sambad/media/post_attachments/wp-content/uploads/2023/09/7b7ed7f2-c608-42a4-93c2-c7746cd35dc6.jpeg)