ଧାନ ବିକିବାର ୬ମାସ ପରେ ବି ମିଳିନି ପ୍ରାପ୍ୟ, ଜିଲ୍ଲାପାଳଙ୍କୁ ଭେଟିଲେ ଅର୍ଜୁନପୁର ଚାଷୀ

ବଲାଙ୍ଗୀର : ଧାନ ବିକ୍ରି କରିବାର ୬ ମାସ ପରେ ଦେଓଗାଁ ବ୍ଲକ୍‌ ଅର୍ଜୁନପୁରର ଚାଷୀମାନେ ପ୍ରାପ୍ୟ ପାଇ ନଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ସୋମବାର ସେମାନେ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି।

ଅଭି‌ଯୋଗ ଅନୁସାରେ, ଦେଓଗାଁ ବ୍ଲକ୍‌ ଅର୍ଜୁନପୁର ଗାଁର ୨୩ ଜଣ ଚାଷୀ ଗତ ୬ ମାସ ତଳେ ପଞ୍ଜୀକରଣ ଅନୁସାରେ ଧାନ ବିକ୍ରି କରିଥିଲେ। ହେଲେ ଆଜି ଯାଏ ସେମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ପଡ଼ି ନାହିଁ। ଏନେଇ ସେମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଗୁହାରି କରିଥିଲେ। ତଥାପି କିଛି ଫଳ ହେଲା ନାହିଁ। ଏବେ ଚାଷୀମାନଙ୍କ ଚାଷ ସମୟ ହୋଇଥିବାରୁ ଅର୍ଥର ଆବଶ୍ୟକତା ରହିଛି। ଗୋଟିଏ ତାରିଖରେ ବିକ୍ରି କରିଥିବା ତୁଷୁରାର ଚାଷୀମାନେ ଟଙ୍କା ପାଇଥିଲେ ମଧ୍ୟ ଏମାନଙ୍କୁ କାହିଁକି ମିଳି ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଫଳରେ ସୋମବାର ଅର୍ଜୁନପୁର ଗାଁର ଚାଷୀ ଶେଷଦେବ କୁମ୍ଭାର, ଘୁସନ ମହାନନ୍ଦ, ଲୁହାବୀର ବାଗ, ଉଗ୍ରସେନ ସାହୁ, ଭୋଜରାଜ ରଣା ବଲାଙ୍ଗୀର ଆସି ଜିଲ୍ଲାପାଳଙ୍କୁ ଭେଟିଥିଲେ। ଏନେଇ ଜିଲ୍ଲାପାଳ ଚାଷୀମାନଙ୍କୁ ଦୁଇଦିନ ପରେ ସିଏସ୍‌ଓ ଅଫିସକୁ ଆସି ଦେଖା କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର