ଯୁଯୁମୁରା/ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତ ସମସ୍ତ ୧୧ଟି ଗ୍ରାମରେ ଚକଡ଼ା ସାଂଘାତିକ ରୂପ ନେଉଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ପ୍ରାୟ ୮୦ ପ୍ରତିଶତ ଜମି ଚକଡ଼ା ଆକ୍ରାନ୍ତ ହୋଇ ସାରିଲାଣି। ଋଣ କରଜ କରି ଚାଷ କରିଥିବା ଗ୍ରାମର ୩୦୦ରୁ ଅଧିକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।
ସୋମବାର ଚାଷୀମାନେ ଚକଡ଼ା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଧାନ ଗଛ ଧରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସି ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଚାଷୀଙ୍କ ଅଭିଯୋଗ ଅନୁସାରେ ପଞ୍ଚାୟତର ପ୍ରାୟ ୮୦-୧୦୦ ହେକ୍ଟର ଜମି ଚକଡ଼ା ପୋକ ଦ୍ବାରା ଓ ପ୍ରାୟ ୩୦ ହେକ୍ଟର ଜମି କାହାଳିଆ ପୋକ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜଙ୍କୁ ଯୋଗାଯୋଗ କରିବାରେ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି ଓ ରିପୋର୍ଟ ଆସିବା ପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ସେପଟେ, ଏହି ପଞ୍ଚାୟତରେ କିଛି ଚାଷୀଙ୍କୁ ଗ୍ରାମସେବକଙ୍କ ଦ୍ବାରା ଏକ୍ସପାଏରି ଔଷଧ ପ୍ରଦାନ କରାଯାଇଥିବା ମଧ୍ୟ ଚାଷୀମାନେ ଅଭିଯୋଗ କରିଥିଲେ। କିଛି ଚାଷୀ ଔଷଧ କିଣିବାକୁ ସକ୍ଷମ ନ ଥିବା କହିବା ପରେ ଗ୍ରାମସେବକ ପୁରୁଣା ଷ୍ଟକ୍ ସେମାନଙ୍କୁ ଦେଇଥିଲେ। ଫଳରେ ଜମିରେ ଚକଡ଼ା କମିବା ପରିବର୍ତ୍ତେ ବୃଦ୍ଧି ପାଇଥିବା ଚାଷୀ ଅଭିଯୋଗ ଆଣିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/pests.jpg)