ପଦ୍ମପୁର: ରାଜବୋଡାସମ୍ବର କୃଷକ ସଙ୍ଗଠନର ନେତୃତ୍ବରେ  ଚାଲିଥିବା ଆନ୍ଦୋଳନ ସ୍ଥଗିତ ହୋଇଛି। ପଦ୍ମପୁର ଉପଖଣ୍ତର ସମସ୍ତ ବ୍ଲକରେ ଚାଷୀ ସ୍ବାର୍ଥ ପାଇଁ କାର୍ଯ୍ୟରତ କୃଷକ ସଙ୍ଗଠନ ଏକତ୍ରିତ ହୋଇ ଗତ ୪ ତାରିଖରୁ ଉପଜିଲ୍ଲାପାଳ ଅଫିସରେ ତାଲା ମାରି ଧାରଣାରେ ବସିଥିଲେ। ମରୁଡି ଘୋଷଣା, ଜଳକର ଭଳି ବିଦ୍ୟୁତ ବିଲ ଆଦାୟ, ଶୀଘ୍ର ବୀମାରାଶି  ପ୍ରଦାନରେ  ଦାବିରେ ଚାଷୀମାନେ ଦିବାରାତ୍ର ଧାରଣାରେ ବସିଥିଲେ। ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ ମହାରଣା, ବୀମା କମ୍ପାନି ପ୍ରତିନିଧି, ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଥାନା ଅଧିକାରୀ ରାଜେନ୍ଦ୍ର ସିଅଲଙ୍କ ଉପସ୍ଥିତିରେ ଚାଷୀଙ୍କ ସହ ଆଲୋଚନା ହୋଇଥିଲା। ସମସ୍ତ ଦାବି ପୂରଣ ଓ ତର୍ଜମା ପାଇଁ ପ୍ରଶାସନିକ ସ୍ତରରେ କରାଯାଉଥିବା ବ୍ୟବସ୍ଥାକୁ ଅଧିକାରୀମାନେ ଉପସ୍ଥାପନ କରିଥିଲେ। ଚାଷୀମାନଙ୍କ ସହ ଅତି ଶୀଘ୍ର ଟାଟା ପାୱାର ଅଧିକାରୀମାନେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

Advertisment

ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ଦାବି ପୂରଣ ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବ ବୋଲି ଅଧିକାରୀମାନେ  କହିଥିଲେ। ଚାଷୀମାନେ ପ୍ରଶାସନର ଅନୁରୋଧକୁ ସମ୍ମାନ ଓ ବିଶ୍ବାସ ରଖି ଆନ୍ଦୋଳନକୁ ସ୍ଥଗିତ ରଖି ତାଲା ଖୋଲିଥିଲେ। ରାଜବୋଡ଼ା କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁ, ଚାଷୀନେତା ରମେଶ ମହାପାତ୍ର, ସଙ୍ଗଠନର ଆଇନ ପରାମର୍ଶଦାତା ଅଜିତ ଶତପଥି, ନବୀନ ବେହେରା, ଶୁକଦେବ ମେହେର, ଚିନ୍ମୟ ପଣ୍ତା, ବିଜୟ ସାହୁ, ରୋହିତ ପ୍ରଧାନ, ଦହିତ ସାହୁ, ରମାକାନ୍ତ ଡନସନା, କୈଳାଶ ବାରିକ, ଲିଙ୍ଗରାଜ ପ୍ରଧାନ, ଅରକ୍ଷିତ ପ୍ରଧାନ, ଅରବିନ୍ଦ ପଣ୍ତା, ଅଶୋକ ସାହୁ, ଅବଧୁତ ଜଗତ, କାହ୍ନୁଚରଣ ମେହେର, କରମ ସିଂହ, ସୁବାଷ ବରିହା, ରାହାସ ସାହୁ, ସରୋଜ ସାହୁ, ବୀରେନ ପ୍ରଧାନ, ପ୍ରସନ୍ନ କୁମ୍ଭାର, ଗଜପତି ସାହୁ, ଯଦୁମଣି ପଟେଲ, ସୁନୀଲ ମହାପାତ୍ର, ପ୍ରଭାତ ସାହୁ, ମଳୟ ଭୋଇ, ପୁଷ୍କର ବରିହା, ଆନନ୍ଦଚନ୍ଦ୍ର ପ୍ରଧାନ, କ୍ଷେମା ପ୍ରଧାନ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ। ପ୍ରଶାସନ ଦେଇଥିବା ମହଲତ ଭିତରେ ଦାବି ପୂରଣ ନହେଲେ ଆଗାମୀ ଦିନରେ ନୂତନ ରୂପରେ ଆନ୍ଦୋଳନ ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।