ଜୟପୁର: କାଗଜପତ୍ରରେ ଚାଳିଛି ମଣ୍ଡି। ମଣ୍ଡିକୁ ଚାଷୀଙ୍କୁ ଆଉ ଧାନ ନେଇ ଯିବାକୁ ପଡ଼ୁନି କି ସେହି ମାତ୍ରାରେ ଧାନ ବି ମଣ୍ଡିକୁ ଆସୁଥିବା ଦେଖିବାକୁ ମିଳିନି। କାଁଭାଁ ଅଳ୍ପ ଧାନ ମଣ୍ଡିକୁ ଆସିଲେ ହେଲା। କିନ୍ତୁ ଚାଷୀ ବିନା ଧାନ ଆଣି ମଣ୍ଡିରେ ଭାଗ ନେଉଛନ୍ତି। କ୍ରୟକାରୀ ସଂସ୍ଥାର ଡିଇଓ ମାନେ ଆଇସ୍କାନରରେ ସ୍କାନ କରିଦେଲେ କାଗଜପତ୍ର କାମ ସରିଲା।  ତା ପରେ ମଣ୍ଡିରେ ଉପସ୍ଥିତ ଥିବା ମିଲର୍ସ କିମ୍ବା ତାଙ୍କ ପ୍ରତିନିଧିଙ୍କ ସହ କଟନିଛଟନିକୁ ନେଇ କଥାବାର୍ତ୍ତା କରି ଦେଇ ଧାନକୁ ତାଙ୍କ ଠାରୁ ସ୍ଲିପ୍ ନେଇ ମିଲକୁ ପହଚ‌ାଂଇବା କଥା। ସଂପ୍ରତି କୁଇଣ୍ଟାଲ ପିଛା ୫ରୁ ୭କିଲୋ କଟନି ଛଟନିରେ କଟାଯାଉଛି। ସ୍ଲିପ୍ ନେଇ ଚାଷୀ ନିଜ ଧାନକୁ ମିଲରେ ପହଚାଂଉଛି।

Advertisment

ଆଉ କିଛି ଚାଷୀ ଓ ମିଲର୍ସ ମଧ୍ୟରେ ପୂର୍ବରୁ ଚାଳି ଆସିଥିବା ସଲାସୁତରାରେ ଚାଷୀ ମିଲର୍ସଙ୍କ ମିଲରେ ପୂର୍ବରୁ ହିଁ ଧାନ ପହଚାଂଇ ସାରିଛି। କେବଳ ମଣ୍ଡି ହେବା ଦିନ ନାଁକୁ ମାତ୍ର କାଗଜପତ୍ର ପ୍ରସ୍ତୁତି, ଆଇସ୍କାନରରେ ସ୍କାନ କରାଯାଉଛି। ବହୁ ଚାଷୀ ଧାନ ଅମଳ କରି ମିଲର୍ସଙ୍କ ମିଲରେ ପହଚାଂଇ ସାରିଥିବା କହିଛନ୍ତି ଚାଷୀ ଟୁକୁ ମହାପାତ୍ର, ବୈଦ୍ୟନାଥ ଖରା। ଏବେ କେବଳ କାଗଜପତ୍ର କାମ ପାଇଁ ମଣ୍ଡିକୁ ଯିବାକୁ ପଢ଼ୁଥିବା ଏମାନେ କହିଛନ୍ତି। ମଣ୍ଡିକୁ ନେଇ କଟନିଛଟନି ବିବାଦ ଆଦିରେ ପୁରିବା ବଦଳରେ ଏକାଥରକେ ଗାଡ଼ି ଭଡ଼ା କରି ମିଲର୍ସର ମିଲ‌ରେ ପହଚାଂଇ କେତେ ଧାନ ପହଚାଂଇଲେ ତାହାର ସ୍ଲିପ୍ ଆଣି‌ ତାହାକୁ ମଣ୍ଡିରେ ଏଣ୍ଟ୍ରିଂ କରାଇ ଆଇ ସ୍କାନ କରିଦେଲେ କାମ ସରିଲା ବୋଲି ଉଭୟ ଚାଷୀ କହିଛନ୍ତି।

publive-image

ଆରଏମସି ୟାର୍ଡର ମଣ୍ଡି ଓ ଜୟନ୍ତଗିରୀ ହାଟପଦାରେ ଥିବା ମଣ୍ଡିରେ ଯେଉଁ ପରିମାଣର ଧାନ କିଣାଯିବା ଏବଂ ଚାଷୀଙ୍କ ତାଲିକା କରାଯାଇଥିଲା ସେ ଅନୁପାତରେ ଧାନ ଗାଡ଼ି ମଣ୍ଡିକୁ ଆସି ନଥିଲା। ବରଂ ଚାଷୀ ମାନେ ଆସି ଜମା ହୋଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାରେ ୪୦ହଜାର ୫୩୧ଜଣ ଚାଷୀ ଖରିଫମଣ୍ଡିରେ ଧାନ ବିକ୍ରୀ କରିବାକୁ ୨୦ଟି ଲ୍ୟାମ୍ପ, ୨୨ଟି ମହିଳା ସ୍ବୟଂ ସହାୟକ ଦଳ, ୩ଟି ପାଣି ପଂଚାୟତରେ ପଂଜିକରଣକରିଛନ୍ତି। ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୨୧ଲକ୍ଷ ୬୫ହଜାର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଦେଇଛନ୍ତି। ମଣ୍ଡି ଗତ ୧୪ତାରିଖରେ ଉଦଘାଟନ ହୋଇଥିଲେ ହେଁ ଗତ  ୪ଦିନ ହେବ ଜୋର ଧରିଛି। ୭ଟି ଲ୍ୟାମ୍ପ, ୨୦ଟି ଏସଏଚଜି, ୩ଟି ପାଣି ପଂଚାୟତ ଜରିଆରେ ୧୭୩୧ଜଈଣ ଚାଷୀଙ୍କ ଠାରୁ ୮୮ହଜାର ୭୧୭କୁଇଣ୍ଟାଲ ଧାନ କିଣାଯାଇଛି। ଅନ୍ୟ ପକ୍ଷରେ ଆହୁରି ୩୮ହଜାର୮୦୦ଜଣ ଚାଷୀଙ୍କର ଧାନ କିଣିବା ପାଇଁ ବାକି ରହିଛି।