ଆରମ୍ଭରୁ ବିହନ ବିଭ୍ରାଟ : ବିହନ ମିଳୁନି, ଚାଷୀ ସ୍ଥିତି ବେହାଲ୍

ସରକାରୀ ବିହନ ବିରୋଧରେ ଷଡ଼ଯନ୍ତ୍ର, ଛାଇଲେଣି ନକଲି କୀଟନାଶକ ବେପାରୀ, ସରକାର ବେଫିକର, କାର୍ଯ୍ୟାନୁଷ୍ଠାନ ଶୂନ, ଧରାପଡ଼ିଲା ନକଲି ବିହନ

ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲାରେ ୧ଲକ୍ଷ ୯୦ ହଜାର େହକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ େହାଇଛି। ଦରକାର ୪୬ ହଜାର କ୍ବିଣ୍ଟାଲ ବିହନ। ଏବେ ଯାଏ ମାତ୍ର ୩୦ ହଜାର ୩୦୦ କ୍ବିଣ୍ଟାଲ ବିହନ ପହଞ୍ଚିଛି। ଚାଷୀ େଖାଜୁଛନ୍ତି ପୂଜା ଓ ୧୦୦୧ ବିହନ, କିନ୍ତୁ ମିଳୁନି।

ସମ୍ବଲପୁର କୃଷି ବିଭାଗର ରିେପାର୍ଟ କହୁଛି, ଚଳିତ ବର୍ଷ ଜିଲ୍ଲା ପାଇଁ ୧୪ ହଜାର ୩୩୫ କ୍ବିଣ୍ଟାଲ ବିହନ ଦରକାର। ବର୍ତମାନ ସୁଦ୍ଧା ୮ ହଜାର ୮୭୨ କ୍ବିଣ୍ଟାଲ ବିହନ ପହଞ୍ଚିଛି। କୌତୂହଳର କଥା ହେଲା, ଚକଡ଼ା ଭୟ ଓ ଅଧିକ ଉତ୍ପାଦନର େଲାଭ େଦଖାଇ କିଛି କିଛି ଘରୋଇ କଂପାନି ସରକାରୀ ବିହନ ବିେରାଧରେ ପ୍ରଚାର ଚଳାଇଛନ୍ତି। ୨ଗୁଣ ଚଢା ଦରରେ ନିଜ ବିହନ ବିକ୍ରି କରୁଛନ୍ତି। ସରକାରୀ ବାବୁ ଜାଣିଛନ୍ତି, କିନ୍ତୁ ଚୁପ୍ ବସିଛନ୍ତି। ସ୍ଥାନୀୟ କୃଷି ଅଧିକାରୀ ଖଗେନ୍ଦ୍ର ଜେନା ଗଣମାଧ୍ୟମକୁ କହିଛନ୍ତି, କଂପାନିମାନେ ପ୍ରତି ଗାଁରେ ପ୍ରତି ଚାଷୀଙ୍କ ପାଖକୁ ଯାଇ ବିହନ ବିକ୍ରି କରୁଛନ୍ତି। ସରକାରୀ ସଂସ୍ଥା ପକ୍ଷରୁ ଏହା କରାଯିବା ସମ୍ଭବ ନୁେହଁ।

କଳାହାଣ୍ଡି ଜିଲ୍ଲା ସ୍ଥିତି ଆହୁରି ସଙ୍ଗିନ। ୨ଲକ୍ଷ େହକ୍ଟର ଜମିରେ ଧାନ ଚାଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ୫୪ ହଜାର କ୍ବିଣ୍ଟାଲ ଧାନ ବିହନ ଦରକାର। କିନ୍ତୁ ଏ ପର୍ଯ୍ୟନ୍ତ ପହଂଚିଛି ମାତ୍ର ୨୧ ହଜାର କ୍ବିଣ୍ଟାଲ। ସ୍ବର୍ଣ୍ଣ ଓ ପୂଜା ଧାନ ବିହନ ମିଳୁନି।

େଗାଟିଏ ପଟେ ବିଳମ୍ବିତ ମୌସୁମୀ ଦୁଶ୍ଚିନ୍ତା ଭିତରକୁ େଠଲି ଦେଇଥିବା ବେଳେ କୃଷି ବିଭାଗର େଖଳ, ଚାଷୀଙ୍କ ପାଇଁ କାଳ ହେଲାଣି। ଓଡ଼ିଶାରେ ଧାନର ଭାତହାଣ୍ଡି େବାଲି କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ ଚାଷୀମାନେ ଖରିଫ ଆରମ୍ଭରୁ ତ୍ରାହି ତ୍ରାହି ଡାକିବା ଆରମ୍ଭ କରିଛନ୍ତି।

କେବଳ କଳାହାଣ୍ଡି, ବଲାଙ୍ଗୀର ବା ସମ୍ବଲପୁର ନୁେହଁ, ନୂଆପଡା, ଖଡିଆଳ, ବରଗଡ ସ୍ଥିତି ତା ଚାହିଁ ସଙ୍ଗିନ। ବରଗଡ ଜିଲ୍ଲାରେ ବ୍ୟାପକ ପରିମାଣରେ ନକଲି କୀଟନାଶକ ବିକ୍ରି େହଉଥିବା ଅଭିେଯାଗ େହାଇଛି। ଜିଲ୍ଲାର ଭଟଲି ଓ ଆମ୍ବାେଭାନାର ଦୁଇଜଣଙ୍କୁ କର୍ତୃପକ୍ଷ ଧରିଥିଲେ। ହେଲେ ତା ପରେ ସମସ୍ତେ ଚୁପ୍।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଚାଷୀକୁ େଫାକସରେ ରଖି ସ୍ବତନ୍ତ୍ର ବଜେଟ୍ କରୁଛନ୍ତି। ପ୍ରତିବର୍ଷ ବଜେଟ୍ ପରିମାଣ ବଢୁଛି। ହେଲେ ଚାଷୀ ସ୍ଥିତି କିନ୍ତୁ ଦିନକୁ ଦିନ ଜଟିଳ ଆଡକୁ ଗତି କଲାଣି। ଆବଶ୍ୟକ େହଉଥିବା ପାଖାପାଖି ୬ଲକ୍ଷ କ୍ବିଣ୍ଟାଲ ଧାନ ବିହନ ଠିକ୍ ସମୟରେ େଯାଗାଇ ପାରୁନାହିଁ କୃଷି ବିଭାଗ। ପରିଣାମ ହେଲା, ଚାଷୀ ଭଲ ବାରମ୍ବାର ଠକେଇର ଶିକାର େହଉଛନ୍ତି ଓ ଉତ୍ପାଦନ କମୁଛି। ଉଚ୍ଚା ଦରରେ ବିହନ କିଣିବା ପରିଣାମରେ ଚାଷ ମହଙ୍ଗା େହଉଛି।

ମିଳିଥିବା ସୂଚନା ଅନୁସାରେ, ପାରମ୍ପରିକ ଧାନ ବିହନ ବଦଳରେ ଅଧିକ ଅମଳକ୍ଷମ ଧାନ ବିହନ ଉତ୍ପାଦନ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ବିହନ ଚାଷୀମାନଙ୍କୁ ପ୍ରୋତ୍ସାହନରାଶି ଯୋଗାଇ ଦିଆଯାଉଛି। ପ୍ରତି କ୍ବିଣ୍ଟାଲ ଧାନ ବିହନ ଉପରେ କେନ୍ଦ୍ର ସରକାର ୨୦୦୦ ଟଙ୍କାର ପ୍ରୋତ୍ସାହନରାଶି ଯୋଗାଇ ଦେଉଛନ୍ତି। ଏଥିରୁ ୨୫ ପ୍ରତିଶତ ନିଗମକୁ ମିଳିଥାଏ।
ଚଳିତ ବର୍ଷ ବିହନ ଚାଷୀ ଉତ୍ପାଦନ କରିଥିବା ଉନ୍ନତମାନର ଧାନ ବିହନ ଯଥା ପ୍ରତୀକ୍ଷା, ମୃଣାଳିନୀ ଓ ମନସ୍ୱିନୀ ଆଦିକୁ ନିଗମ ପ୍ରକ୍ରିୟାକରଣ ନକରି ପକାଇ ରଖିଛି। ଖୋଦ୍‍ ରାଜଧାନୀରେ ଥିବା ନିଗମର ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟରେ ହଜାର ହଜାର କୁଇଣ୍ଟାଲ ଧାନ ବିହନ ପଡି ରହିଥିବା ସୂଚନା ମିଳିଛି। ବିହନ ପ୍ରକ୍ରିୟାକରଣ ହୋଇନପାରିବାରୁ ଗୋଟିଏ ପଟେ ରାଜ୍ୟର ଚାଷୀମାନେ ଅଧିକ ଅମଳକ୍ଷମ ବିହନ ପାଇବାରୁ ବଞ୍ଚିତ ହେଉଛନ୍ତି, ଅନ୍ୟପଟେ ଉଭୟ ବିହନ ଚାଷୀ ଓ ନିଗମ କର୍ତ୍ତୃପକ୍ଷ କେନ୍ଦ୍ରୀୟ ସହାୟତା ଅର୍ଥ ହରାଉଛନ୍ତି।

ଏପଟେ ମୌସୁମୀ ପ୍ରବେଶରେ ବିଳମ୍ବ ଚାଷୀଙ୍କ ମୁଣ୍ଡବିନ୍ଧା ବଢାଇ ଦେଇଛି। ଚାଷ ଆରମ୍ଭ ବିଳମ୍ବ େହାଇଯାଇଛି। କମ୍‌ ସମୟରେ ଅମଳ ହେଉଥିବା ଧାନ ଚାଷ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ପାଣିପାଗ ତଥା କୃଷି ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା େହଉଛି, ୧୪୫ ଦିନରେ ଅମଳ ହେଉଥିବା ଧାନ ବଦଳରେ ୧୨୫ ଦିନରେ ଅମଳ ହେଉଥିବା ଧାନ ବିହନ ପ୍ରତି ଚାଷୀ ଆଗ୍ରହ ରଖିବା ଦରକାର। ହେଲେ ୧୨୫ ଦିନିଆ ବିହନ ଚାଷୀଙ୍କୁ ଦେବା େନଇ ସରକାରୀ ବ୍ୟବସ୍ଥାଟି କଣ, ତାହା ଏପର୍ଯ୍ୟନ୍ତ ଜଣାପଡୁନାହିଁ।

ଆମ ସମ୍ବଲପୁର ପ୍ରତିନିଧିଙ୍କ ତଥ୍ୟ ଅନୁସାରେ, ବର୍ତ୍ତମାନ ସମ୍ବଲପୁର ବିହନ ବଜାରକୁ ଆନ୍ଧ୍ର କମ୍ପାନି କବଜା କରିଛନ୍ତି। ପଶ୍ଚିମବଙ୍ଗର ଯମୁନା ବିହନ ଚର୍ଚ୍ଚାରେ ରହିଛି। ଏହାକୁ ଗବେଷଣା କରାଯାଇ ତିଆରି କରାଯାଇଥିବା କମ୍ପାନିମାନେ ଦାବି କରୁଛନ୍ତି। ସରକାରୀ ସ୍ବର୍ଣ୍ଣ ଧାନର ବିକଳ୍ପ ଭାବରେ ଚାଷୀ ସମ୍ମୁଖରେ ଉପସ୍ଥାପିତ କରୁଛନ୍ତି କମ୍ପାନି। ସରକାରୀ ବିହନ କେଜି ପ୍ରତି ୩୦ରୁ ୩୨ ଟଙ୍କାରେ ବିକ୍ରି ହେଉଛି। ଯମୁନାର ମୂଲ୍ୟ କିନ୍ତୁ କେଜି ପ୍ରତି ୧୨୦ ଟଙ୍କା। ଆନ୍ଧ୍ରପ୍ରଦେଶର ହାଏବ୍ରିଡ ବିହନ କମ୍ପାନି ବାୟର, ସିନଜେଣ୍ଟା କମ୍ପାନି ଉତ୍ପାଦନ କରିଥିବା ହାଏବ୍ରିଡ ବିହନ ମୂଲ୍ୟ କେଜି ପ୍ରତି ୩୦୦-୩୫୦ ଟଙ୍କାରେ ବିକ୍ରି ହେଉଛି।

ସରକାର ଏସବୁକୁ କେବେ ଜଗିବେ?

ଧରାପଡ଼ିଲା ନକଲି ବିହନ

ବରଗଡ଼ : ବାରମ୍ବାର ଚଢ଼ଉ ପରେ ବି ଜିଲ୍ଲାରେ ନକଲି ବିହନ କାରବାରରେ ରୋକ୍‌ ଲାଗୁନାହିଁ। କୃଷି ବିଭାଗ ପକ୍ଷରୁ ଉପକୃଷି ନିର୍ଦ୍ଦେଶକ ଦୀନବନ୍ଧୁ ଗାନ୍ଧିଙ୍କ ନେତୃତ୍ବରେ ପଦ୍ମପୁରସ୍ଥିତ ମାଧବ ବିହନ ଭଣ୍ଡାର ଉପରେ ଚଢ଼ଉ ହୋଇଥିଲା। ବିନା ଲାଇସେନ୍ସରେ ବିଭିନ୍ନ ଘରୋଇ କମ୍ପାନିର ନକଲି ଧାନ ବିହନ ଏଠାରେ ବିକ୍ରି ହେଉଥିବା ଜଣାପଡ଼ିଥିଲା। ଦୋକାନ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଦୋକାନ ସିଲ୍‌ କରି ବିହନ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି। ଏହି ଚଢ଼ଉ ବେଳେ ରବିନ୍ଦ୍ର ସାହୁ, ଅଂକିତ ବେହେରା ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ଭେଡ଼େନ ବ୍ଲକରେ ସହକାରୀ କୃଷି ଅଧିକାରୀ ଆନନ୍ଦ ଭୋଇଙ୍କ ନେତୃତ୍ବରେ ହରିଓମ୍‌ ଟ୍ରେଡ୍‌ସ ଏବଂ ସତ୍ୟମ ଟ୍ରେଡର୍ସ ଉପରେ ଚଢ଼ଉ କରିଥିଲେ। ସେଠାରେ ବି ନକଲି ବିହନ ମିଳିଥିଲା। ଉଭୟ ଦୋକାନ ସିଲ୍‌ କରି ନମୁନା ପରୀକ୍ଷା ପାଇଁ ଜବତ ହୋଇଛି। ଲାବ୍‌ରୁ ରିପୋର୍ଟ ଆସିବା ପରେ ଦୋକାନ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଡିଏ ଶ୍ରୀ ଗାନ୍ଧି କହିଛନ୍ତି।

ସମ୍ବନ୍ଧିତ ଖବର