ମଣ୍ଡିରେ ଧାନ କିଣା ନ ଯିବାରୁ ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

ଚମ୍ପୁଆ : ଧାନ ବିକ୍ରି କରି ନ ପାରି ଚାଷୀମାନେ ଗୁରୁବାର ଦିନ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଚଳିତ ବର୍ଷ ଚାଷୀ ଧାନ ବିକ୍ରି କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ବେଳେ ଗୁରୁବାର ଭଣ୍ଡା ଲ୍ୟାମ୍ପସର ଫୁଲକଁଲେଇ ମଣ୍ଡିରେ ଧାନ ବିକ୍ରି କରିବାକୁ ଥିବା କିଛି ଚାଷୀ ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ। ଉକ୍ତ ମଣ୍ଡି ଅଧୀନରେ ୧୨ ଟି ଗ୍ରାମର ୩୦ ରୁ ଅଧିକ ଚାଷୀ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସିଥିଲେ। କିନ୍ତୁ ମଣ୍ଡିରେ ଧାନ କିଣା ନ ଯିବାରୁ ଚାଷୀମାନେ ଉତ୍ତ୍ୟକ୍ତ ହୋଇ କାଞ୍ଜିଆ ଶୂଳା ତୁରୁମୁଙ୍ଗା ରାସ୍ତାର ଫୁଲକଁଲେ଼ଇ ମଣ୍ଡି ସମ୍ମୁଖରେ  ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ।

ରାସ୍ତା ଅବରୋଧ ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ ହୋଇ ଯାଇଥିଲା। ଖବର ପାଇ ବାରିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲେ। ରାସ୍ତା ଅବରୋଧ କରିଥିବା ଚାଷୀମାନେ ହେଲେ ଦୈତାରି ମହାନ୍ତ, ଗୌର ନାଏକ, ଲଳିତ ନାଏକ, ଚକ୍ରଧର ମହାନ୍ତ, ବିରଞ୍ଚି ମହାନ୍ତ, ଲକ୍ଷ୍ମୀ ମହାନ୍ତ, ସୁବଳ ନାଏକ, ବଳଭଦ୍ର ନାଏକ, ଗୀତାଞ୍ଜଳି ମହାନ୍ତ, ଦୀନବନ୍ଧୁ ମହାନ୍ତ, ଜଗବନ୍ଧୁ ମହାନ୍ତଙ୍କ ସମେତ ୩୦ ରୁ ଅଧିକ ଚାଷୀ ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର