ବିଂଝାରପୁର : କଟକ କେନ୍ଦ୍ର ସମବାୟ ସମିତି ବିଂଝାରପୁର ଶାଖା ଅନ୍ତର୍ଗତ ଅରେଇ ପ୍ୟାକ୍ସରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଉତ୍ତ୍ୟକ୍ତ ଚାଷୀ ଯାଜପୁର-ସିଂହପୁର ମୁଖ୍ୟରାସ୍ତା ଅବରୋଧ କରିଥିଲେ। ଖବରପାଇ ବିଂଝାରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ସ୍ଵାଭାବିକ କରିଥିଲେ। ଅରେଇ ପ୍ୟାକ୍ସରେ ଧାନ କିଣାରେ ଅନିୟମିତତା ଓ ଚାଷୀଙ୍କୁ ଶୋଷଣ ପ୍ରତିବାଦରେ ଆଜି ରାତିରେ ଚାଷୀମାନେ ପ୍ରତିକ୍ରିୟାଶୀଳ ହୋଇଥିଲେ। ମୁଖ୍ୟ ରାସ୍ତା ଅବରୋଧ କରିବା ପରେ ଖବରପାଇ ପୁଲିସ ପହଞ୍ଚି ବୁଝାସୁଝା କରିଥିଲା। ଆସନ୍ତାକାଲି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ।
ଧାନକିଣାରେ ଅବ୍ୟବସ୍ଥା, ରାସ୍ତାରୋକ କଲେ ଚାଷୀ
/sambad/media/post_attachments/wp-content/uploads/2022/02/478904ce-20bf-4b79-860b-d9fce5193816.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)