କରୋନା ପ୍ରଭାବ : କୋରାପୁଟରେ ପଞ୍ଜୀକୃତ ହୋଇଛନ୍ତି ୧୧ହଜାର ଚାଷୀ, ବାଦ ପଡିଛନ୍ତି ୨୦୦୦

ପାଚିଲାଣି ଧାନ, ଚିନ୍ତାରେ ଚାଷୀ, ଶୁଙ୍କି ଓ ଗୁନେଇପଡା ଲାମ୍ପସରେ ଚାଷୀଶୂନ୍ୟ

ଜୟପୁର : କରୋନା ଲକଡାଉନର ପ୍ରଭାବ ସିଧାସଳଖ ପଡିଛି କୃଷି କ୍ଷେତ୍ରରେ। ଏହି କ୍ଷେତ୍ରରେ ଏପରିଭାବେ ପ୍ରଭାବିତ ହୋଇଛି ଯେ ଆସନ୍ତା ବର୍ଷ କୋରାପୁଟରୁ ରାଜ୍ୟକୁ ଯାଉଥିବା ଚାଉଳ ମଧ୍ୟ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଖରିଫ ଋତୁରେ ଯେମିତି ସେମିତି ଚାଷୀ ମଣ୍ଡିରେ ଧାନ ବିକ୍ରି ହୋଇଯାଇ ଥିବାବେଳେ କିନ୍ତୁ ରବି ଋତୁରେ ପଡିଛି ଏହାର ସିଧାସଳଖ ପ୍ରଭାବ। ଏପଟେ ବିଲରେ ଧାନ ପାଚିବାକୁ ଆରମ୍ଭ କରୁଥିବାବେଳେ ମେ ୧ରୁ ଜୁନ୍ ୩୦ ଯାଏ କିଣାଯିବ ରବି ଋତୁର ଧାନ। ଏବେ ଯାଏ କୋରାପୁଟ ଜିଲ୍ଲାରେ ୧୧,୧୨୭ ଜଣଚାଷୀ ପଞ୍ଜୀକୃତ ହୋଇଥିବାବେଳେ ଆହୁରୀ ୨୦୦୦ରୁ ଅଧିକ ଚାଷୀ ନିଜ ନାମ ପଞ୍ଜୀକରଣ କରିପାରି ନାହାନ୍ତି। ଗତବର୍ଷ ରବି ଋତୁରେ ପ୍ରାୟ ୧୩ ହଜାର ଚାଷୀ ନିଜ ନାମ ପଞ୍ଜୀକରଣ କରିପାରିଥିଲେ। ଆଉ ମଣ୍ଡିରେ ଧାନ ମଧ୍ୟ ବିକ୍ରି କରିଥିଲେ। ହେଲେ ଚଳିତବର୍ଷ କରୋନାର ଲକଡାଉନ ଓ ପୁଲିସର ମାତ୍ରାଧିକ କାର୍ଯ୍ୟନୁଷ୍ଠାନକୁ ଡରି ପଞ୍ଜୀକରଣ କରି ପାରିନାହାନ୍ତି। ମଣ୍ଡି ପକ୍ରିୟା କରଣରେ ଭାଗ ନେଇଥିବା ଦୁଇର ଅଧିକ ଏସଏସଜି ଓ ୭ରୁ ଅଧିକ ଲାମ୍ପସରେ ଦୁଇ ଜଣରୁ କମ୍ ଚାଷୀନ ନିଜ ନାମ ପଞ୍ଜୀକରଣ କରାଇଛନ୍ତି।

ରାଜ୍ୟ ସରକାରଙ୍କୁ ବିଭିନ୍ନ ଯୋଜନାରେ ଚାଉଳ ଯୋଗାଉଥିବା କୋରାପୁଟ ଜିଲ୍ଲା ଉପରେ ପଡିଛି ଗୁରୁତର ପ୍ରଭାବ। ସଙ୍କଟ ଏପରି ଉଭା ହୋଇଛି ଯେ ପରିଚାଳନା କିପରି କରାଯିବ ତାହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ତେବେ ମାର୍ଚ୍ଚମାସ ୧ ତାରିଖରୁ ଏହି ଚାଷୀ ପଞ୍ଜୀକରଣ ହୋଇଥିବାବେଳେ ଚଳିତମାସ ୭ ତାରିଖରେ ଏହି ଅବଧୀ ଶେଷ ହୋଇଛି। ଏହାକୁ ଡିଜିଟାଲାଇଜେସନ କରିବାକୁ ଆଉ ତିନିଦିନ ଅର୍ଥାତ ଏପ୍ରିଲ ମାସ ୧୪ ତାରିଖ ଯାଏ ପଞ୍ଜୀକରଣର ଯୋଜନା ରହିଥିଲା। ଚାଷୀ ପଞ୍ଜୀକରଣ ପାଇଁ ୧୮ଟି ଏସଏସଜି ଓ ୧୨ଟି ଏସଏସଜିଙ୍କୁ ନିୟୋଜିତ କରିଛନ୍ତି ଜିଲ୍ଲାପ୍ରଶାସନ। ତେବେ ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ରହିଥିବା ଲାମ୍ପସରେ ୧୮୬ ଜଣ ଚାଷୀ, ବୈପାରିଗୁଡା ଲାମ୍ପସରେ ୪୭ ଜଣ, ବୋରିଗୁମ୍ମା ଲାମ୍ପସରେ ୭୩୭, କମତା ଲାମ୍ପସରେ ୨୨୧, ମାଦୂର୍ଗା ଏଏସଜିରେ ୨୩୪, ମା ମଙ୍ଗଳା ଏସଏଜିରେ ୧୯୯, ଓମସାଇ ଏସଏସଜିରେ ଦୁଇଜଣ, ପ୍ରଶାନ୍ତି ଏସଏସଜିରେ ୧୭୨, ରବି ନାରାୟଣ ଏସଏସଜିରେ ୨୩, ଦଶମନ୍ତପୁର ଲାମ୍ପସରେ ୪୪ଜଣ, ପୋଡାଗଡ ଲାମ୍ପସରେ ୧୯ ଜଣ, ବିଜୟନାରୀ ଏସଏସଜିରେ ୩୦୧, କୁମୁଲିପୁଟ ଲାମ୍ପସରେ ୪୮୧, ମାବୁଢି ଠାକୁରାଣୀ ଏସଏଏସଜିରେ ୪୪୫, ମା ମୂତ୍ୟାଲାମ୍ମା, ୪୦୨, ମା ପ୍ରତିମା ଏସଏସଜିରେ ୧୨୯, ମା ତାରିଣିରେ ୩୪, ଉମୁରୀ ଲାମ୍ପସରେ ୨୦୮୩, ଡୁମୁରୀପୁଟ ଲାମ୍ପସରେ ୩ଜଣ, ଶୁଙ୍କି ଲାମ୍ପସରେ ଶୂନ, ଜୟ ଜଗନ୍ନାଥ ଏସଏସଜିରେ ୭ଜଣ, କୋଟପାଡ ଲାମ୍ପସରେ ୨୨୦୧, ମା ଠାକୁରାଣୀ ଏସଏସଜିରେ ୨୯୧, ଏକୋଇଶୀ ଭଉଣୀ ମହାମାୟୀ ଏସଏସଜିରେ ୫୦୮, କୁନ୍ଦୁରା ଲାମ୍ପସରେ ୧୩୫୧, ମା ଏସଏସଜିରେ ୫୮, ଗୁନେଇପଡା ଲାମ୍ପସରେ ଜଣେ, କାକିରିଗୁମ୍ମା ଲାମ୍ପସରେ ୨୧୨, ଲକ୍ଷ୍ମୀପୁର ଲାମ୍ପସରେ ୪୮, ନନ୍ଦପୁର ଲାମ୍ପସରେ ୧୮, ପାଡୱା ଲାମ୍ପସରେ ଦୁଇଜଣ, ନାରାୟଣ ପାଟଣା ଲାମ୍ପସରେ ୫୪୧, ପଟ୍ଟାଙ୍ଗୀ ଲାମ୍ପସରେ ୧୧ ଓ କୁନ୍ଦୁଲି ଲାମ୍ପସରେ ୧୧୬ଜଣ ଚାଷୀ ନିଜ ନମା ପଞ୍ଜୀକରଣ କରାଇଛନ୍ତି। ତେବେ ବୋରିଗୁମ୍ମା, ବୈପାରିଗୁଡା, ଦଶମନ୍ତପୁର, କୋରାପୁଟ, କୁନ୍ଦୁରା, ଲମତାପୁଟ, ନନ୍ଦପୁର ଓ ପଟାଙ୍ଗୀରେ ରହିଥିବା ୨୦୦୦ରୁ ଅଧିକ ଚାଷୀ ନିଜ ନାମ ପଞ୍ଜୀକରଣରୁ ବଞ୍ଚିତ ରହିଛନ୍ତି।

ଏନେଇ କୁନ୍ଦୁରା ବ୍ଲକ ଦିଗାପୁରର ଚାଷୀ ଗୋପାଳ କୃଷ୍ଣ ପାଢୀ ଦୁଇ ଏକର ଜମିରେ ଧାନ କରିଥିବାବେଳେ ପଞ୍ଜୀକରଣ ହୋଇପାରିନି। ଏପଟେ ବିଲରେ ଦାନ ପାଚିବାକୁ ବସିଥିବାବେଳେ ମଣ୍ଡିରେ ନାମ ପଞ୍ଜୀକରଣ ହୋଇ ପାରିନି। ଲକଡାଉନ ଓ ମାତ୍ରାଧିକ କାର୍ଯ୍ୟନୁଷ୍ଠାନ ହେତୁ କୁନ୍ଦୁରା ଲାମ୍ପସରେ ପଞ୍ଜୀକରଣ କରିପାରିନାହାନ୍ତି। ଫଳରେ କିପରି ପରିବାର ଚଳିବ ତାହାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି।

ଜଗନ୍ନାଥ ମହାପାତ୍ର କହିଛନ୍ତି ଯେ ୩ ଏକର ଜମିରେ ଧାନ ଫସଲ କରିଥିବାବେଳେ ଧାନ ପାଚିବା ଆରମ୍ଭ କଲାଣି। ମେ ପହିଲାରୁ ଧାନ କିଣାଯିବାକୁ ଯୋଜନା ରହିଥିବାବେଳେ ଏବେ ଯାଏ ନାମ ପଞ୍ଜୀକରଣ ହୋଇପାରିନି। ଲକଡାଉନ ଓ ପୁଲିସର ମାତ୍ରାଧିକ କାର୍ଯ୍ୟନୁଷ୍ଠାନ ଭୟ ଆସନ୍ତା ଦିନରେ ପରିବାର ଉପରେ ପ୍ରଭାବିତ କରିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଗତବର୍ଷ ରବି ଋତୁରେ ୨୮ଟି ଲାମ୍ପସରେ ପ୍ରାୟ ୧୩ହଜାର ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜୀକରଣ କରିଥିଲେ।

ସମ୍ବନ୍ଧିତ ଖବର