ସମ୍ବଲପୁର: ରେଙ୍ଗାଲି ଅଞ୍ଚଳର ବହୁ ଚାଷୀଙ୍କୁ ଅମଳ ଠାରୁ ବହୁତ କମ୍ ପରିମାଣ ଧାନ ବିକ୍ରି ପାଇଁ ଟୋକ୍ ମିଳିଛି। ଏ ନେଇ ଚାଷୀମାନେ କ୍ଷୋଭ ପ୍ରକାଶ କରିବା ସହ ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆର୍ଆଇ, କୃଷି ଅଧିକାରୀ ଓ ସମବାୟ ସମିତି ସମ୍ପାଦକ ଜମିକୁ ପରିଦର୍ଶନ ନକରି କାର୍ଯ୍ୟାଳୟରେ ବସି ମନଇଚ୍ଛା ଟୋକନ୍ ପ୍ରଦାନ କରିଥିବା ଚାଷୀମାନେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଚାଷିମାନଙ୍କ କହିବା ଅନୁଯାୟୀ, ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଚଳିତବର୍ଷ ଧନ ଭଲ ହୋଇଛି। କିନ୍ତୁ ଅଧିକାରୀମାନେ ମନ ଇଚ୍ଛା କମ୍ ପରିମାଣର ଟୋକନ୍ ପ୍ରଦାନ କରିଛନ୍ତି।
ଯେଉଁ କାରଣରୁ ଅନେକ ଚାଷୀ ସେମାନଙ୍କ ଧାନ ବିକ୍ରିରୁ ବଞ୍ଚିତ ହେବେ। ତେଣୁ ଏହାର ପୁନର୍ବିଚାର କରି ପୁନଃ ଟୋକନ୍ ପ୍ରଦାନ କରିବା ସହ ଭୁଲ୍ ରିପୋର୍ଟ ପ୍ରଦାନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/6-17.jpg)