ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ସବୁବେଳେ ଆମର ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଭୂମିହୀନ ଚାଷୀମାନଙ୍କ ଆକାଉଣ୍ଟକୁ କୋଭିଡ ସହାୟତା ଦେଇଛନ୍ତି । ଏହି କ୍ରମରେ ରାଜ୍ୟର ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ ସହାୟତା ମିଳିଛି । ଏଥି ପାଇଁ ରାଜ୍ୟ ସରକାରଙ୍କୁ ମୋଟ ୩୮୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ଡିବିଟି ମାଧ୍ୟମରେ ଏହି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କୃଷିକ୍ଷେତ୍ରର ସଫଳତା ପଛରେ ଭୂମିହୀନ ଚାଷୀଙ୍କ ତ୍ୟାଗ ଓ ପରିଶ୍ରମକୁ ଭୁଲିହେବ ନାହିଁ । ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ ହେବା ଯାଏଁ ଲଢ଼େଇ ଜାରି ରହିବ । ଚାଷୀ ହେଉଛି ଆମର ଗର୍ବ ଓ ଗୌରବ । ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ସବୁବେଳେ ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥି ସହିତ ନବୀନ କହିଛନ୍ତି ଯେ, କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା ।

ସମ୍ବନ୍ଧିତ ଖବର