ବରଗଡ଼: ବରଗଡ଼ ଜିଲ୍ଲା ପଇକମାଳ ବ୍ଲକ୍ରେ ଜନ ଶୁଣାଣିରୁ ବାହାରୁଥିବା ବରଗଡ଼ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଚାଷୀମାନେ ବସି ଗାଡ଼ିକୁ ଯିବାକୁ ଦେଇ ନଥିଲେ। ସାର ଅଭାବ ଓ ଧାନ ବିକ୍ରି ପଞ୍ଜି କରଣ ସମୟ ବଢ଼ାଇବା ପାଇ ଦାବି କରିଥିଲେ । ପଇକମାଲ ବ୍ଲକ ଅଞ୍ଚାଳରେ ଭଲ ବର୍ଷା ହେଉଥିବାରୁ ଚାଷ ଭଲ ହୋଇଛି ହେଲେ ଚାଷୀ ସାର ପାଇ ପାରି ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ତେଣୁ କୋଣସି ବାଟ ନପାଇ ସୋମାବାର ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବସିଥିଲେ ଏବଂ ସାର ଓ ପଞ୍ଜି କରଣପାଇଁ ଗୁହାରି କରିଥିଲେ। ସାର କଲାବଜାରୀ ପାଇକମାଲ ଅଞ୍ଚଳରେ ବଢି ଯାଇଥିବାରୁ ଲୋକେ ସାର କିଣି ପାରୁ ନାହାନ୍ତି ହେଲେ ସୋସାଇଟି(ପ୍ୟାକ୍ସ)ରେ ସାର ନାହିଁ। ତେଣୁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ଧାନ ବିକ୍ରି ପଞ୍ଜିକରଣରେ ମଧ୍ୟ ବହୁ ଚାଷୀଙ୍କ ପଞ୍ଜିକରଣ ହୋଇପାରିନି। ଚାଷୀମାନେ ପଞ୍ଜିକରଣ ସମୟ ବୃଦ୍ଧି ପାଇଁ ଗୁହାରି କରିଥିଲେ।
ହେଲେ ବରଗଡ଼ ଜିଲ୍ଲାପାଳ ଚାଷୀଙ୍କ କଥାକୁ ଧ୍ୟାନ ନଦେଇ ସେମାନଙ୍କୁ ଧମକାଇବା ଚେଷ୍ଟା କରିଥିଲେ। ଫଳରେ ଚାଷୀମାନେ ନିଜର ବିରକ୍ତି ଭାବ ଜାହିର କରିଥିଲେ । ପାଇକମାଳ ବ୍ଲକ୍ ପରିସରରେ ଜିଲ୍ଲାପାଳ ଓ ଚାଷୀମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଜିଲ୍ଲାପାଳ ଆଙ୍ଗୁଠି ଦେଖାଇ ତୁ ତା ରେ କଥା କହିବାରୁ ଚାଷୀମାନେ ପ୍ରତିବାଦ କରିଥିଲେ। ସେମାନଙ୍କର ମଧ୍ୟ ଆତ୍ମସମ୍ମାନ ଅଛି, ତେଣୁ ଠିକ ଭାବରେ କଥା କହିବାକୁ ସେମାନେ ଜିଲ୍ଲାପାଳଙ୍କୁ କହିଥିଲେ ।
ତାପରେ ଜିଲ୍ଲାପାଳ ଆଉ କୋଣସି କଥା ନଶୁଣି ଗାଡ଼ି ଚଢ଼ି ପଳାଇ ଯାଇଥିଲେ । ଏହା ପରେ ପୁଲିସ ଚାଷୀମାନଙ୍କୁ ରାସ୍ତାରୁ ହଟାଇ ଥିଲା ଓ ଜିଲ୍ଲାପାଳ ସେହି ସ୍ଥାନରୁ ବାହାରି ଯାଇଥିଲେ । ଜିଲ୍ଲାପାଳଙ୍କ ଭଳି ଉଚ୍ଚପଦସ୍ଥ କର୍ମଚାରୀ ଯଦି ଚାଷୀଙ୍କ ପ୍ରତି ଏପରି ବ୍ୟବହାର ଦେଖାଇବେ ତେବେ ତଳିଅ କର୍ମଚାରୀ ଏଥିରୁ କ’ଣ ଶିକ୍ଷା ଲାଭ କରିବେ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି ।
Bargarh