ମଣ୍ତିରୁ ଉଠୁନି ଧାନ: ରାସ୍ତା ଅବରୋଧ କଲେ ଚାଷୀ 

ମାଥିଲି: ମଣ୍ଡିରୁ ଉଠୁନି ଧାନ। ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ମଣ୍ତିରେ। ଗତ ଏକ ସପ୍ତାହ ହେବ ମଣ୍ତିରୁ ଧାନ ଉଠୁନଥିବାବେଳେ ଶହ ଶହ କୁଇଣ୍ଟାଲ ଧାନ ମଣ୍ତିରେ ପଡି ରହିଛି। ତେବେ ମଣ୍ତିରୁ ଧାନ ଉଠାଇବାକୁ ପଦକ୍ଷେପ ନେଉନାହିଁ ପ୍ରଶାସନ।

ଏପଟେ ମୁଣ୍ଡ ଝାଳ ତୁଣ୍ଡେ ମାରି କଷ୍ଟକରି ବର୍ଷତମାମ ଧାରକରଜ କରି ଚାଷ କରିଥିବା ଚାଷୀ ହନ୍ତସନ୍ତ ହୋଇପଡିଥିବା ଅଭିଯୋଗ ହୋଇଛି। ଧାନ ନ ଉଠିବା ପର୍ଯ୍ୟନ୍ତ ରାସ୍ତାରୁ ନ ହଟିବାକୁ ଚେତାବନୀ ଦେଇଛନ୍ତି ଚାଷୀ। ପ୍ରଶାସନ ଏଥିପ୍ରତି ଶୀଘ୍ର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ। ସେହିପରି ଛତିଶଗଡ଼କୁ ସଂଯୋଗ କରୁଥିବା ସାଲିମି କମାରପାଲି ମୁଖ୍ୟରାସ୍ତାରେ ଧାନ ବୋଝେଇ ଗାଡ଼ି ରଖି ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି।

ସମ୍ବନ୍ଧିତ ଖବର