ପେଥାଇ ଉଜାଡ଼ିଲା ଫସଲ : ବିଷ ପିଇଲେ ୨ ଚାଷୀ

ସମ୍ବଲପୁର : ପେଥାଇ ଉଜାଡ଼ିଦେଲା ଫସଲ। ଏଭଳି ସ୍ଥିତିରେ ଋଣବୋଝ ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଜୀବନ ହାରିଛନ୍ତି ସମ୍ବଲପୁର ଓ ସୋନପୁର ଜିଲ୍ଲାର ୨ ଚାଷୀ। ଏହି ଦୁଇ ଚାଷୀ ହେ‌େଲ, ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୁରୋମାଲ ଗ୍ରାମର କୁଳମଣି ମିର୍ଧା (୫୫) ଏବଂ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଇଚ୍ଛାପୁର ଗ୍ରାମର ରାଜେନ୍ଦ୍ର ସାହୁ(୨୦)। ଉଭୟ ଚାଷୀ ଲକ୍ଷାଧିକ ଟଙ୍କା ଧାରକରଜ କରି ଚାଷ କରିଥିଲେ। ମାତ୍ର, ଫସଲ ନଷ୍ଟ ହେବାକୁ ଋଣ କିଭଳି ସୁଝିବେ, ସେ ନେଇ ଚିନ୍ତାରେ ଥିଲେ। ଫଳରେ, ଦୁହେଁ ବିଷ ପିଇ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର