ପଙ୍ଗପାଳକୁ ନେଇ ଆତଙ୍କରେ ସୀମାବର୍ତ୍ତୀ ଚାଷୀ

ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଟିମ୍ ଗଠନ, ଖୋଲିଲା କଣ୍ଟ୍ରୋଲ ରୁମ୍

ନୂଆପଡ଼ା : ଯେ କୌଣସି ସମୟରେ ନୂଆପଡ଼ା ଜିଲ୍ଲାରେ ପଙ୍ଗପାଳ ପ୍ରବେଶ କରିବାର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଏଠାରେ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ଘନଘନ ବୈଠକ ଚାଲିଛି। ଜିଲ୍ଲାର ସମସ୍ତ ଭିଏଲ୍‌ଡବ୍ଲୁମାନଙ୍କୁ ସୀମାରେ ଥିବା ଗାଁରେ ଉପରେ ନିଜର ରଖିବାକୁ ନି‌ର୍ଦେଶ ଦିଆଯାଇଛି। ଏହାର ମୁକାବିଲା କରିବା ଲାଗି ଜିଲ୍ଲାସ୍ତରୀୟ ଟିମ୍ ଗଠନ ହୋଇଛି। ଏହାଛଡ଼ା କଂଟ୍ରୋଲ ରୁମ୍ ଖୋଲା ଯାଇଛି।

Al Jazeera

ସୋମବାର ଛତିଶଗଡ଼ ରାଜ୍ୟ କୋରିଆ ଜିଲ୍ଲା ଭରତପୁରରେ ୩ଟି ଗାଁରେ ପଙ୍ଗପାଳ ପହଞ୍ଚିବା ପରେ ଓଡ଼ିଶାର ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ସର୍ତକ ରହିବାକୁ ନିର୍ଦେଶ ଦିଆଯାଇଛି। ଏମାନେ ଦିନକୁ ୧୫୦ରୁ ୨୦୦ କିମି ଉଡ଼ି ପାରୁଥିବାରୁ ଛତିଶଗଡ଼ରୁ ନୂଆପଡ଼ାର ଦୂରତ୍ବ ୧୩୦ କିମି ଥିବାବେଳେ ଏହି ଜିଲ୍ଲାକୁ ପ୍ରଥମେ ପହଞ୍ଚିବାର ଆଶଙ୍କା ରହିଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ସୋମବାର ସକାଳେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକମାନଙ୍କୁ ନେଇ ଏକ ବୈଠକ କରିଥିଲେ। ସନ୍ଧ୍ୟାରେ ପଙ୍ଗପାଳ ଉପରେ ରାଜ୍ୟ କୃଷି ବିଭାଗ ନିର୍ଦେଶକ ସହ ଭିଡିଓ କନଫେରେନ୍ସରେ ନୂଆପଡ଼ା ଜିଲ୍ଲା କୃଷି ବିଭାଗ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ନିର୍ଦେଶକ କହିଛନ୍ତି ଯେ, ପଙ୍ଗପାଳ ହଠାତ୍ ଓଡ଼ିଶାମୁହାଁ ହୋଇପାରନ୍ତି। ସେଥିପାଇଁ ଛତିଶଗଡ଼ ସୀମାରେ ଥିବା ଗାଁ ଧରମବନ୍ଧା, ସାରାବଙ୍ଗ, ଖଲନା, କେନ୍ଦୁବେହେରା, ବେଲଟୁକୁରୀ, ପରକୋଡ଼, ଭଣ୍ଡରାପୁରୀ, ସିରିଗରଡ଼ି ଚାଷୀମାନଙ୍କୁ କୃଷି ବିଭାଗ ସର୍ତକ କରୁଥିବା ବେଳେ ଚାଷୀମାନେ ପଙ୍ଗପାଳମାନଙ୍କୁ ଦେଖିଲା ମାତ୍ର କୃଷି ବିଭାଗକୁ ତୁରନ୍ତ ଖବର ଦେବାକୁ କହିଛନ୍ତି।

Dawn

ବର୍ତ୍ତମାନ ଜିଲ୍ଲାରେ ରବି ଫସଲ ଅମଳ ସରି ନଥିବାବେଳେ ଅନେକ ସ୍ଥାନରେ ପନିପରିବା ଚାଷ କରାଯାଇଛି। ଏପରି ସମୟରେ ପଙ୍ଗପାଳ ଆସିଲେ ଚାଷୀମାନେ ନାହିଁ ନଥିବା କ୍ଷତି ସହିବେ। ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତି କରାଯାଇଛି। ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଥିବାବେଳେ ବ୍ଲକ୍‌ସ୍ତରରୁ ପ୍ରତିଦିନ ରିପୋର୍ଟ ସଂଗ୍ରହ କରାଯିବ। ସେଥିପାଇଁ ଜିଳ୍ଲାରେ ୧୦ଟି ସହକାରୀ କୃଷି ଅଧିକାରୀ, ୩ଟି ବ୍ଲକ୍‌ ଅଧିକାରୀ, ୯୫ ଜଣ କ୍ଷେତ୍ର କର୍ମଚାରୀ, ଗ୍ରାମ୍ୟ କୃଷି କର୍ମଚାରୀ ଏବଂ କୃଷି ଅଧିଦର୍ଶକ ଜିଲ୍ଲାର ୧୩୧ ପଞ୍ଚାୟତର ସମସ୍ତ ଗାଁରେ ନିୟୋଜିତ ରହି ପ୍ରତିଦିନ କଟ୍ରୋଲ ରୁମକୁ ଖବର ଦେବାକୁ ନିର୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା କୃଷି ଅଧିକାରୀ ଜାହିଦ ମହମ୍ମଦଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ‘ବର୍ତ୍ତମାନ ଛତିଶଗଡ଼ ରାଜ୍ୟରେ ପଙ୍ଗପାଳ ପହଞ୍ଚିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ଜିଲ୍ଲା କୃଷି ବିଭାଗର ବୈଜ୍ଞାନିକମାନଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ଜିଲ୍ଲାରେ ନିମ୍ବତେଲ, ମାଲାଥିଆନ ଭଳି ଔଷଧ ମହଜୁଦ ରହିବା ସହ ପଙ୍ଗପାଳ ପହଞ୍ଚିବା ମାତ୍ରେ ଏହାର ବ୍ୟବହାର କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର