ଭୁବନେଶ୍ବର: ଏଣିକି ପିସିଆର୍ରେ ମିଳିବ ଫାଷ୍ଟଏଡ୍ ସୁବିଧା। ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ଘଟଣାସ୍ଥଳରେ ମିଳିବ ପ୍ରାଥମିକ ଚିକିତ୍ସା। ଆଉ ଏହି ସେବା ଯେଗାଇବେ ପିସିଆର୍ରେ ଥିବା ପୁଲିସ କର୍ମଚାରୀ। ଏଥିପାଇଁ ଅଭିମନ୍ୟୁ ସାମନ୍ତରାୟ ୱେଲ୍ଫେୟାର ନାମକ ଏକ ସଂସ୍ଥା କମିସନରେଟ୍ ପୁଲିସ ସହ ହାତ ମିଳାଇଛି। ଆଜି କମିସନରେଟ୍ ପୁଲିସ ମୁଖ୍ୟାଳୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁଲିସ କମିସନର ସତ୍ୟଜିତ ମହାନ୍ତି ଏହି ସେବାର ଶୁଭାରମ୍ଭ କରିଛନ୍ତି। କମିସନର ଶ୍ରୀ ମାହାନ୍ତି କହିଥିଲେ, ଗତ ୨୦୧୮ରେ ପିସିଆର ୯୦ ପ୍ରତିଶତ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ ଆଣିଛି। ୨ ହଜାରରୁ ଊର୍ଧ୍ବ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରିଛି। ଯେହେତୁ ପିସିଆର ଅଧିକାଂଶ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ ଆଣୁଛି। ତେଣୁ ପିସିଆର୍ରେ ଫାଷ୍ଟଏଡ୍ ସେବା ଆହତମାନଙ୍କୁ ସହାୟକ ହେବ ବୋଲି କହିଛନ୍ତି। ୩୫ଟି ପିସିଆର୍ରେ ଏହି ସେବାକୁ ଲାଗୁକରାଯିବ। ଆଜି ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ୍ ଥାନାର ପିସିଆର୍ ନଂ-୧, ଖଣ୍ଡଗିରି ଥାନାର ପିସିଆର୍ ନଂ-୧୫, ତମାଣ୍ଡୋ ଥାନାର ପିସିଆର୍ ନଂ-୧୭, ବଡ଼ଗଡ଼ ଥାନାର ପିସିଆର୍ ନଂ-୨୯, ମଞ୍ଚେଶ୍ବର ଥାନାର ପିସିଆର୍ ନଂ-୦୬ ଏବଂ ପାହାଳ ଫାଣ୍ଡିର ପିସିଆର୍ ନଂ-୨୫ରେ ଫାଷ୍ଟଏଡ୍ ବ୍ୟବସ୍ଥା କରାଯାଇଛି। ଏହାର ରକ୍ଷଣାବେକ୍ଷଣ ଏବଂ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ସଂସ୍ଥା ସମସ୍ତ ଖର୍ଚ୍ଚ ବହନ କରିବ ବୋଲି ସଂସ୍ଥାର ମୁଖ୍ୟ ଆଶୁତୋଷ ସାମନ୍ତରାୟ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଡିସିପି ଅନୁପ ସାହୁ ଓ ଡିସିପି ହେଡ୍କ୍ବାର୍ଟର ପଦ୍ମିନୀ ସାହୁଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।
ଏଣିକି ପିସିଆର୍ରେ ମିଳିବ ଫାଷ୍ଟଏଡ୍ ସୁବିଧା
/sambad/media/post_attachments/wp-content/uploads/2019/03/Untitled-12-3.jpg)
/sambad/media/agency_attachments/2024-07-24t043029592z-sambad-original.webp)