ରାଜ୍ୟ ରାଜନୀତିରେ ଚର୍ଚ୍ଚା, ପ୍ରଥମ ଘଟଣା: ଚାଷୀଙ୍କ ପାଇଁ ସିଇଓଙ୍କୁ ଗୁହାରି କଲେ ନବୀନ

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିଥିଲେ କଳାହାଣ୍ଡିରେ। ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ନବୀନ ନିବାସ ନଯାଇ ସିଧା ଯାଇ ପହଞ୍ଚିଥିଲେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ। ଚାଷୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ସିଇଓ ସୁରେନ୍ଦ୍ର କୁମାରଙ୍କୁ େଭଟି ତାଙ୍କ ନିକଟରେ ଆପତ୍ତି ଜଣାଇଥିଲେ। କହିଥିଲେ, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଚାଲୁରହିଛି। ଅଥଚ ଓଡ଼ିଶାର ଚାଷୀଙ୍କୁ କାଳିଆ ସହାୟତାରୁ ବଞ୍ଚିତ କରାଯାଉଛି କାହିଁକି? ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସିଇଓଙ୍କ ଦ୍ବାରସ୍ଥ େହାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରତିବାଦ ଜଣାଇବା ଘଟଣା ରାଜ୍ୟ ରାଜନୀତିରେ ଆଜି ଚର୍ଚ୍ଚାର ବିଷୟ େହାଇଛି।

କଳାହାଣ୍ଡିରୁ େଫରି ସିଧା ଗଲେ ସିଇଓଙ୍କ କାର୍ଯ୍ୟାଳୟ, କାଳିଆ ବନ୍ଦ କଲ, ଚାଷୀ ଜବାବ ଦେବେ: ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ପାଇଁ େସ େଯକୌଣସି ସ୍ତରକୁ ଯିବେ େବାଲି ପୂର୍ବରୁ େଯଉଁ ସୂଚନା େଦଇଥିଲେ, ତାହାର ଏହା ପ୍ରଥମ ଝଲକ େବାଲି ବିେଜଡି େନତାମାେନ କହିଛନ୍ତି। କେବଳ ସେତିକି ନୁହେଁ, ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀଙ୍କ ପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହେବା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା େବାଲି କୁହାଯାଉଛି। ରାଜ୍ୟର ଚାଷୀଙ୍କୁ ପ୍ରଦାନ କରାଯାଉଥିବା କାଳିଆ ସହାୟତା ପ୍ରଦାନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁମତି ପ୍ରଦାନ କରୁନାହାନ୍ତି। ଖରିଫ ଚାଷ ଋତୁ ଆସି ପହଞ୍ଚିଥିଲେ ବି ଚାଷୀଙ୍କୁ ସହାୟତା ମିଳୁନି। ବିଜେଡି ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିସାରିଲେଣି। ତଥାପି କୌଣସି ନ୍ୟାୟ ମିଳିଲାନାହିଁ। େଶଷରେ ନିଜେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଦରଦକୁ ଅନୁଭବ କରି ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଗୁହାରି କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, କାଳିଆ ଯୋଜନା ବନ୍ଦ କରିବା ଘୋର ଦୁଃଖଦାୟକ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସହାୟତା ଅର୍ଥ ପ୍ରଦାନ କରୁଥିବା ବେଳେ ଚାଷ ସମୟରେ କାଳିଆ ସହାୟତାକୁ ବନ୍ଦ କରିବା ଠିକ ହୋଇନାହିଁ। ବିଜେପି ଯେଭଳି ଚାଷୀ ବିରୋଧୀ ମନୋଭାବ ରଖି କାଳିଆ ସହାୟତା ପ୍ରଦାନ ବିରୋଧରେ ନିର୍ବାଚନ କମିସନଙ୍କୁ ଆପତ୍ତି କରିଛି ତାହା ମଧ୍ୟ ଆହୁରି ଦୁଃଖଦାୟକ। ଆଗାମୀ ଦିନରେ ଚାଷୀମାନେ ଏହାର ଜବାବ ଦେବେ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବାକୁ ଯାଇଥିବା ବିଜେଡି ପ୍ରତିନିଧି ମଣ୍ଡଳୀରେ ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ମୀନତି ବେହେରା, ବିଜେଡି ସମ୍ପାଦକ ବିଜୟ ନାୟକ ଓ ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର