ବସ୍ତା-୨/ଗାନ୍ଧିଛକ: ଓଡ଼ିଶାରେ କୋଭିଡ୍ କଟକଣା ପାଇଁ ସମସ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳ ଗତ ଦୁଇବର୍ଷ ଧରି ବନ୍ଦ ରହିଥିଲା। ତେବେ ହାଵଡ଼ାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଫାଷ୍ଟ ପାସେଞ୍ଜର ଟ୍ରେନ୍ ଚଳାଚଳ ଆଜି ପୁନଃ ଶୁଭାରମ୍ଭ ହୋଇଛି। ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବସ୍ତା ଷ୍ଟେସନ୍ରେ ପତାକା ଦେଖାଇ ଟ୍ରେନ୍ର ଶୁଭାରମ୍ଭ କରିବା ସହ ସେଥିରେ ବାଲେଶ୍ବର ପର୍ଯ୍ୟନ୍ତ ଯାଇଥିଲେ। ରେଳ ବିଭାଗର ନଷ୍ପତ୍ତି କ୍ରମେ ଆଜିଠାରୁ ପୁଣି ସ୍ୱାଭାବିକ ଭାବେ ସକାଳ ୫ଟା ୪୩ରେ ଲକ୍ଷ୍ମଣନାଥ, ୫ଟା ୫୧ରେ ଜଳେଶ୍ବର, ୬ଟାରେ ରାଜଘାଟ, ୬ଟା ୮ରେ ଅମର୍ଦ୍ଦାରୋଡ, ୬ଟା ୧୫ରେ ବସ୍ତା, ୬ଟା ୨୩ରେ ନୂଆଗାଁ, ୬ଟା ୩୦ରେ ରୁପସା, ୬ଟା ୪୨ରେ ହଳଦୀପଦା, ୬ଟା ୫୭ରେ ବାଲେଶ୍ବର, ୭ଟା ୧୦ରେ ନୀଳଗିରି ୭ଟା ୧୮ରେ ଖନ୍ତାପଡ଼ା ୭ଟା ୨୮ରେ ବାହାନଗା, ୭ଟା ୩୮ରେ ସୋର, ୭ଟା ୫୬ରେ ମାର୍କୋଣା, ୮ଟା ୪ରେ ରାଣୀତାଲ, ୮ଟା ୫୦ରେ ଭଦ୍ରକ ଷ୍ଟେସନ୍ରେ ପହଞ୍ଚିବ ଏବଂ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ତେବେ ଏହି ପାସେଞ୍ଜର ଟ୍ରେନ୍ରେ ଏକ୍ସପ୍ରେସ୍ ଭଡ଼ା ଲାଗୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଚାଲିଲା ଫାଷ୍ଟ ପାସେଞ୍ଜର
/sambad/media/post_attachments/wp-content/uploads/2022/05/5866a938-39d0-4a19-beeb-686c8a94d078.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)