ଭୁବନେଶ୍ବର: କିଏ କହିଲା, େମାର ପରିବାର ନାହିଁ। ସାେଢ ଚାରି େକାଟି ଓଡ଼ିଶାବାସୀ େହଉଛନ୍ତି େମାର ପରିବାର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଶୁେଭଚ୍ଛା ସହ ମୁଁ ଓଡ଼ିଶାର େସବା କରିଚାଲିଛି। େଶଷ ନିଶ୍ବାସ ଥିବା ପର୍ଯ୍ୟନ୍ତ କାମ କରିଚାଲିବି। ରାଜ୍ୟ ସଚିବାଳୟରେ ଅନୁଷ୍ଠିତ େଶଷ ମନ୍ତ୍ରୀ ପରିଷଦ ବୈଠକରେ ଆଜି ବକ୍ତବ୍ୟ ରଖିବା େବଳେ ଏମିତି ଭାବବିହ୍ବଳ େହାଇପଡିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କୁ ପାଞ୍ଚବର୍ଷ ତଳେ େଦଇଥିବା ପ୍ରତିଶ୍ରୁତିର ହିସାବ ରଖିବାକୁ ଯାଇ ମୁଖ୍ୟମନ୍ତ୍ରୀ ଏକଥା ବି କହିଥିଲେ େଯ େମା ପରିବାର ପାଖରେ ମୁଁ ଯାହା କଥା େଦଇଥିଲି, ତାହା ପୂରଣ କରିଛି। ଆଗକୁ ପରିବାର ପାଖରେ ଯାହା କଥା େଦବି, ତାକୁ ପୂରଣ କରି ନୂଆ ଓଡ଼ିଶା ଗଠନ ପାଇଁ କାମ କରିଚାଲିବି। ଆପଣମାନଙ୍କ ଆଶୀର୍ବାଦ ହିଁ େମାର ଶକ୍ତି। ଏହି ଅବସରରେ କାଳିଆ େଯାଜନାର ୪ଲକ୍ଷ ୮୦ହଜାର ଅତିରିକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଜମା କରିଥିଲେ।
ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକର ଟିଭିରେ ସିଧା ପ୍ରସାରଣ କରାଯାଇଥିଲା। କେବଳ େସତିକି ନୁେହଁ, ଓଡ଼ିଶା େହଉଛି ସମଗ୍ର େଦଶରେ ପ୍ରଥମ ରାଜ୍ୟ, ଯେଉଁଠି ସରକାର ଯାହା ପ୍ରତିଶ୍ରୁତି େଦଇଥିଲେ, ନିର୍ବାଚନକୁ ଯିବା ପୂର୍ବରୁ ରାଜ୍ୟବାସୀଙ୍କ ସାମ୍ନାରେ ତାର ହିସାବ ରଖିଛନ୍ତି। ମନ୍ତ୍ରୀ ପରିଷଦ ବୈଠକ ପରେ ନିଜେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ େଭଟି ମନ୍ତ୍ରୀ ପରିଷଦର ନିଷ୍କର୍ଷ ଶୁଣାଇଥିଲେ। ନବୀନ କହିଥିଲେ, ୫ ବର୍ଷ ପୂର୍ବେ ଓଡ଼ିଶାବାସୀଙ୍କ ପାଖରେ େଯଉଁ ପ୍ରତିଶ୍ରୁତି ରଖାଯାଇଥିଲା, ତା ଆଧାରରେ ୨୦୧୪ େମ’ ୨୧ ତାରିଖରେ ତାଙ୍କ ସରକାର ପୁଣି ଥରେ ଶାସନ ଆରମ୍ଭ କରିଥିଲେ। ସେହିଦିନ ସନ୍ଧ୍ୟାରେ ବିେଜଡିର ନିର୍ବାଚନୀ ଇସ୍ତାହାରକୁ ସରକାରଙ୍କ ନୀତି ଭାବେ ଗ୍ରହଣ କରାଯାଇଥିଲା। େଲାକଙ୍କୁ େଦଇଥିବା କଥା େକତେ ପୂରଣ େହାଇଛି, ତାହା ପ୍ରତିବର୍ଷ େମ’୨୧ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ ଡକାଯାଇ ସମୀକ୍ଷା କରାଯାଉଥିଲା। ଏବେ ୫ ବର୍ଷ ସରିବାକୁ ଯାଉଛି। େଯଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରିବାରେ ସରକାର କେତେ ସଫଳ େହାଇଛନ୍ତି, େସ ତଥ୍ୟ ମୁଖ୍ୟମନ୍ତ୍ରୀ ରଖିଥିଲେ। ୫ବର୍ଷରେ ଅତିରିକ୍ତ ୧୦ଲକ୍ଷ େହକ୍ଟର ଜମିରେ ଜଳସେଚନ ପାଇଁ େଯଉଁ ପ୍ରତିଶ୍ରୁତି ଦିଆଯାଇଥିଲା, େସ ମଧ୍ୟରୁ ୯ଲକ୍ଷ େହକ୍ଟର ଜଳସେଚନ ସୁବିଧା େହାଇଛି। ଆସନ୍ତା େମ’ ସୁଦ୍ଧା ଏହି ଲକ୍ଷ୍ୟ ହାସଲ େହବ େବାଲି ସୂଚନା େଦଇ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୧୫ରୁ ଚାଷୀଙ୍କୁ ୧% ହାର ସୁଧରେ ଋଣ ଦିଆଯାଇଥିଲା। ଏବେ କାଳିଆ େଯାଜନାରେ ବିନା ସୁଧରେ ଋଣ ଦିଆଯାଉଛି। ସବୁ କଚ୍ଚା ଘରକୁ ପକ୍କା କରିବା ଲାଗି େଯଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତା ଆଧାରରେ ୨୦ଲକ୍ଷ ଘର ନିର୍ମାଣ େହାଇଛି। ସ୍ବାସ୍ଥ୍ୟ ସୁରକ୍ଷା ପ୍ରତିଶ୍ରୁତି ରଖିବାକୁ ଯାଇ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନା ଆରମ୍ଭ କରିଛନ୍ତି। ଏଥିରେ ଏପିଏଲ୍, ବିପିଏଲର କୌଣସି ପ୍ରଭେଦ ନାହିଁ। ବରଂ ସମସ୍ତଙ୍କ ପାଇଁ ୫ଲକ୍ଷ ଓ ମହିଳାଙ୍କ ପାଇଁ ୭ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ସରକାର େଦଉଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟ େକନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ଓ େମଡିକାଲ କଲେଜରେ ମାଗଣାରେ ଔଷଧ ଓ ଚିକିତ୍ସା ସୁବିଧା ଦିଆଯାଉଛି।
ନବୀନ କହିଲେ, ଭବିଷ୍ୟତରେ ଯାହା କହିବୁ, ତାହା କରିବୁ
କାଳିଆରେ ଆଉ ୪.୮୦ଲକ୍ଷ ଆକାଉଣ୍ଟକୁ ସହାୟତା
ରାଜ୍ୟବାସୀଙ୍କୁ ନିଜ ପରିବାର େବାଲି ସମ୍ବୋଧିତ କଲେ
ମନ୍ତ୍ରୀମାନେ କହିଲେ, େମ’୨୧ ସମୀକ୍ଷା ଥିଲା କଷ୍ଟ ସମୟ
ମୁଖ୍ୟମନ୍ତ୍ରୀ କହିଥିଲେ, ନିର୍ବାଚନ ପୂର୍ବରୁ ସରକାର ଖାଦ୍ୟ ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲେ। ୨୦୧୩ରୁ ଟଙ୍କିକିଆ ଚାଉଳ େଯାଗାଇ ଦିଆଯାଉଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ପରେ ରାଜ୍ୟ ସରକାର ନିଜସ୍ବ େଯାଜନାରେ କେଜି ୧ଟଙ୍କାେର ଚାଉଳ େଦଉଛନ୍ତି। ଗୁଣାତ୍ମକ ଶିକ୍ଷା କାର୍ଯ୍ୟକ୍ରମରେ ୧୯୦ଟି ମଡେଲ ସ୍କୁଲ େହାଇଛି ଓ ଖୁବଶୀଘ୍ର ସମସ୍ତ ୩୧୪ ବ୍ଲକରେ ନିର୍ମାଣ ସମ୍ପୂର୍ଣ୍ଣ େହବ। କଳିଙ୍ଗ ଶିକ୍ଷା ସାଥୀ େଯାଜନାରେ ୧ ପ୍ରତିଶତ ସୁଧରେ ଋଣ, ପ୍ରତି ବିଶ୍ବବିଦ୍ୟାଳୟ ଓ କଲେଜରେ କ୍ୟାରିଅର କାଉନସେଲିଂ େକନ୍ଦ୍ର େଖାଲାଯାଇଛି। ବର୍ତମାନ ସୁଦ୍ଧା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୨ଲକ୍ଷ ନିଯୁକ୍ତି ସୁେଯାଗ ସୃଷ୍ଟି େହାଇଛି। ଏମଧ୍ୟରୁ ସରକାର ୧ଲକ୍ଷ ୧୨ ହଜାର ନିଯୁକ୍ତି େଦଇଛନ୍ତି। ଓଡ଼ିଶା ଦକ୍ଷତା ବିକାଶ ବିଶ୍ବସ୍ତ ଆନ୍ତର୍ଜାତୀୟ ବ୍ରାଣ୍ଡ ଭାବେ ପ୍ରତିଷ୍ଠା ଲାଭ କରିଛି। ମହିଳାମାନଙ୍କ ସଂପର୍କରେ ସୂଚନା େଦଇ ନବୀନ କହିଥିଲେ, ମିସନ ଶକ୍ତିରେ ମା’ ମାନଙ୍କୁ ୧ ପ୍ରତିଶତ ସୁଧରେ ଋଣ େଦବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଆଜି ଦିନରେ ୬ଲକ୍ଷ ସ୍ବୟଂ ସହାୟକ େଗାଷ୍ଠୀ ଓ ୭୦ଲକ୍ଷ ମହିଳାଙ୍କୁ ବିନା ସୁଧରେ ଋଣ ଦିଆଯାଉଛି। ଶିଳ୍ପ େକ୍ଷତ୍ରରେ ୩୦ଲକ୍ଷ ନିଯୁକ୍ତି ସୁେଯାଗ ସୃଷ୍ଟି େହାଇଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ହଜାର ହଜାର ହଷ୍ଟେଲରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି। ୭୦ ହଜାର ଛାତ୍ରଛାତ୍ରୀ ବୃତ୍ତି ପାଉଛନ୍ତି। ଶ୍ରମିକଙ୍କ କଲ୍ୟାଣ େକ୍ଷତ୍ରରେ ଓଡ଼ିଶା ଏକ ମଡେଲ। ବସ୍ତି େଲାକଙ୍କ ପାଇଁ ଜଗା ମିସନରେ ଜମି ଅଧିକାର ଦିଆଯାଇଛି। ମହାନଗର ଅଞ୍ଚଳରେ ସମ୍ପତ୍ତି ଅଧିକାର ଦିଆଯାଇଛି। େକାରାପୁଟ ଓ ବଲାଙ୍ଗୀରରେ ମେଡିକାଲ କଲେଜ େହାଇଛି। କଳାହାଣ୍ଡିରେ େମଡିକାଲ କଲେଜ ନିର୍ମାଣ ଚାଲିଛି। ବିଜୁ ଏକ୍ସପ୍ରେସ େଵର ୭୦ ଭାଗ କାମ ସରି ଉଦଘାଟିତ େହାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଆଶା ଅଙ୍ଗନବାଡି କର୍ମୀଙ୍କ ଠାରୁ ଆରମ୍ଭ କରି ମିସନ ଶକ୍ତିର ମାଆ, ପଞ୍ଚାୟତିରାଜ ପ୍ରତିନିଧି, ସରକାରୀ କର୍ମଚାରୀ ଓ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ମନ୍ତ୍ରୀ ପରିଷଦରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରାରମ୍ଭିକ ସୂଚନା େଦଇଥିଲେ ଓ କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା କାଳିଆ େଯାଜନାର ଅତିରିକ୍ତ ସହାୟତା ସଂପର୍କରେ ସୂଚନା ଦେଇଥିଲେ। ଉଭୟ ମନ୍ତ୍ରୀ କିନ୍ତୁ ନିଜ ମନ୍ତବ୍ୟ ରଖିବା େବଳେ ପ୍ରତି ବର୍ଷ େମ’ ୨୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କିଭଳି ପରୀକ୍ଷା େଦଉଥିଲେ ତାହା ବର୍ଣ୍ଣନା କରିବା ସହିତ ଏହା ହିଁ ସବୁଠାରୁ କଷ୍ଟ ସମୟ େବାଲି କହିଥିଲେ। େଯବେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉ ସେ ପ୍ରଶ୍ନ ପଚାରନ୍ତି ଇସ୍ତାହାର ଫଲୋ କରୁଛ କି ନାହିଁ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Untitled-34.jpg)