ପ୍ରଚାର ଶେଷ, ଛାମୁଆଙ୍କ ଅନ୍ଧାରୀ ବିଜେ

ଆଉ ୨୪ ଘଣ୍ଟା ପରେ ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ବର: ନିଜର ଗୁଣଗାନ, ବିରୋଧୀଙ୍କ ସମାଲୋଚନା ପର୍ବ ସରିଲା। ଝାଳବୁହା ପ୍ରଚାର ବି। ଏବେ ମତଦାତାଙ୍କ ହାତରେ ଭାଗ୍ୟ। ଓଡିଶାର ପ୍ରଥମ ପର୍ଯ୍ୟାୟ ପାଇଁ ଦିନେ ପରେ ଭୋଟ। ନିଜକୁ ରାଜନୈତିକ ହସ୍ତୀ ବୋଲାଉଥିବା ପାଖାପାଖି ୩୦ରୁ ଅଧିକ ନେତାଙ୍କ ହୃଦୟ ଅଟକି ଯାଇଛି। ୨୮ଟି ବିଧାନସଭା ଓ ୪ଟି େଲାକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୧୭ ଜଣ ପ୍ରାର୍ଥୀଙ୍କ ରକ୍ତଚାପ ବଢିଯାଇଛି। େଭାଟର େସମାନଙ୍କ ଆଙ୍ଗୁଠି ଟିପରେ େଯଉଁ ନିଷ୍ପତ୍ତି ଶୁଣାଇବେ, ତାହା ଉପରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ସେମାନଙ୍କ ରାଜନୈତିକ ଭବିଷ୍ୟତ େଯାଡି େହାଇ ରହିବ। ରାଜ୍ୟରେ କିଏ ସରକାରକୁ ଆସିବ, େକନ୍ଦ୍ରରେ କଣ େହବ ନିର୍ବାଚନୀ ଫଳାଫଳ ସେ େକ୍ଷତ୍ରରେ ବି ଏହି ପର୍ଯ୍ୟାୟ ନିର୍ବାଚନର ଅବଦାନ କିଛି କମ୍ ନୁହେଁ। ଏଣୁ ଜନମତକୁ କିଭଳି େଭାଟ ବାକ୍ସ ଯାଏ ଟାଣିଆଣିବେ, େସ ନେଇ ଆଜିଠାରୁ ପ୍ରମୁଖ ରାଜନୈତିକ ଦଳର ଛାମୁଆ କର୍ମୀ ଓ େନତା ଅନ୍ଧାରୀ ବିେଜ ଆରମ୍ଭ କରିଦେଇଛନ୍ତି। ଛକାପଞ୍ଝାରେ ରହିଛନ୍ତି ପ୍ରମୁଖ ରାଜନୈତିକ ଦଳର କର୍ମୀ। କିଏ କାହାକୁ େଭଟୁଛି, ସାଙ୍ଗରେ କିଏ ଅଛି, କଣ େନଇଛି ସେ ନେଇ ନିର୍ବାଚନମଣ୍ଡଳୀରେ ରାତିତମାମ କସରତ ଜାରି ରହିଛି। ପୁଲିସ, ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀମାେନ ଛାନଭିନ୍ ଆରମ୍ଭ କରିଦେଇଛନ୍ତି।

୪ େଲାକସଭା, ୨୮ ବିଧାନସଭା େକ୍ଷତ୍ରରେ ପ୍ରଚାର ସରିଲା
ବୁଥ୍‌ୱାରୀ ପ୍ରସ୍ତୁତି ଚୂଡ଼ାନ୍ତ, ୨୫ଟିରେ ବିଜୁଳି ନାହିଁ
୭୨୩୩ ବୁଥରେ ପରୀକ୍ଷା ଦେବେ୨୧୭ ପ୍ରାର୍ଥୀ

କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଏବଂ ଏସବୁ ଆସନ ସହିତ ସଂଯୁକ୍ତ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ। ଲୋକସଭା ଆସନଗୁଡ଼ିକରେ ୨୬ଜଣ ଏବଂ ବିଧାନସଭା ଆସନଗୁଡ଼ିକରେ ୧୯୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏହି ପର୍ଯ୍ୟାୟ ନିର୍ବାଚନ ରାଜ୍ୟ ରାଜନୀତି ପାଇଁ େବଶ୍ ଗୁରୁତ୍ବ ରଖୁଛି। କାରଣ ବିେଜପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ କେଂଗ୍ରସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଭାଗ୍ୟ ଏହି ପ୍ରଥମ ପର୍ଯ୍ୟାୟ େଭାଟରେ ହିଁ ନିର୍ଣ୍ଣୟ େହବ। ପୂର୍ବତନ ମନ୍ତ୍ରୀ ପୁେଷ୍ପନ୍ଦ୍ର ସିଂହଦେଓ,ପ୍ରଦୀପ ନାୟକ, ଭୂପିନ୍ଦର ସିଂହ, ମନ୍ତ୍ରୀ ରମେଶ ମାଝୀ, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଉଷା ଦେବୀ, ପୂବର୍ତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ରବି ନାରାୟଣ ନନ୍ଦ, ବିେରାଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କ କପାଳ ଲେଖିବେ େଭାଟର। ପୂର୍ବତନ େକନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ଛାଡି ବିେଜଡି ଆସିଥିବା ଚନ୍ଦ୍ରଶେଖର ମାଝୀ, ଭକ୍ତ ଦାସଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ପ୍ରମୁଖଙ୍କ େଲାକପ୍ରିୟତାର ପରୀକ୍ଷା େହବ। ଏମାନଙ୍କୁ ଛାଡି ପ୍ରମୁଖ ରାଜନୈତିକ ଦଳରୁ ତୁଙ୍ଗ େନତାମାେନ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ େହାଇଛନ୍ତି। ଅନ୍ୟପକ୍ଷରେ ବୁଥ୍‌ ସହିତ ନିର୍ବାଚନ ପାଇଁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ବି ଚୂଡ଼ାନ୍ତ େହାଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକରୁ ଅନେକ ବୁଥରେ ମାଓବାଦୀ େବଶ୍‌ ସକ୍ରିୟ ଥିବା କାରଣରୁ ରିଟର୍ଣ୍ଣିଂ ଅଫିସର, ପ୍ରିଜାଇଡିଂ ଅଫିସର, ଇଭିଏମ୍ କିଭଳି ନିରାପତ୍ତା ସହିତ ବୁଥରେ ପହଞ୍ଚିବ, େସ େନଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି େଜାରଦାର କରିଛି। ପୁଲିସ ସଜାଗ ରହିଛି, ଫୋର୍ସ ପଇଁତରା ମାରୁଛନ୍ତି। କେତେକ ସ୍ଥାନରେ ମଧ୍ୟ ହେଲିକପ୍ଟର ସହ ଯବାନ ପ୍ରସ୍ତୁତ ହୋଇ ରହିଛନ୍ତି। ଇତିମଧ୍ୟରେ ୧୧ ତାରିଖର ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ସରିଛି। ଏହି ୪ଟି ଲୋକସଭା ଓ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଛି ୭୨୩୩ଟି ବୁଥ୍‌ ବା ଭୋଟଗ୍ରହଣ କେନ୍ଦ୍ର। ଏଥିମଧ୍ୟରୁ ୨୩୭୫ଟି ବୁଥ୍‌କୁ ବିପଦସଙ୍କୁଳ ଭାବେ ଚିହ୍ନଟ କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୯ ଲକ୍ଷ ୭୨ ହଜାର ୯୨୫ଜଣ ପୁରୁଷ ଓ ୩୦ ଲକ୍ଷ ୩୦ ହଜାର ୨୨୨ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ ୬୦ ଲକ୍ଷ ୩ ହଜାର ୭୦୭ଜଣ ଭୋଟର ଭୋଟ ଦେବେ। ଏସବୁ ମତଦାନ ‌ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି ୪୭୮୦୫ଜଣ ନିର୍ବାଚନ କର୍ମଚାରୀ। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ୩୦ଟି‌ ବୁଥ୍‌ରେ କେବଳ ମହିଳା କର୍ମଚାରୀମାନେ ନିୟୋଜିତ ହୋଇଛନ୍ତିି। ଗୋଟିଏ ବୁଥ୍‌ରେ ସମସ୍ତ ଭିନ୍ନକ୍ଷମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଭିନ୍ନକ୍ଷମ ମତଦାତାଙ୍କୁ ନେବା ଆଣିବା କରିବା ପାଇଁ ୨୬୧୭ଟି ଗାଡି ବ୍ୟବସ୍ଥା ହୋଇଛି। ସମସ୍ତ ୭୨୩୩ ବୁଥ୍‌ରେ ଭିନ୍ନକ୍ଷମଙ୍କ ଯାଆସ ପାଇଁ ରୢାମ୍ପ, ଗୋଟିଏ ବୁଥ୍‌କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୁଥ୍‌ରେ ପିଇବାପାଣି, ୨୫ଟି ବୁଥ୍‌କୁ ଛାଡ଼ି ଅନ୍ୟ ସବୁ ବୁଥ୍‌ରେ ବିଜୁଳି ସୁବିଧା, ସବୁ ବୁଥ୍‌ରେ ପୁରୁଷ ଓ ମହିଳାଙ୍କ ପାଇଁ ଶୌଚାଳୟ, ୬୯୮୮ଟି ବୁଥ୍‌ରେ ହ୍ବିଲ୍‌‌ ଚେୟାର, ୫୦୫୧ଟିରେ ଦୃଷ୍ଟିବାଧିତଙ୍କ ପାଇଁ ବ୍ରେଲ୍‌ ଡମି ବ୍ୟାଲଟ୍‌ ସିଟ୍‌, ୨୬୧୭ଜଣ ସ୍ବେଚ୍ଛାସେବୀଙ୍କୁ ନିୟୋଜନ କରାଯିବା ଭଳି ବ୍ୟବସ୍ଥା ହୋଇଛି। ଇତିମଧ୍ୟରେ ୧୮୦୮୬ଟି ଡାକ ବ୍ୟାଲଟ୍‌ ଦିଆଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ୧୭୫୮୫।

ସମ୍ବନ୍ଧିତ ଖବର