ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମଙ୍କ ଉପବାସ ଏବଂ ମୌନ ବ୍ରତ

ରାଉରକେଲା : ସମ୍ପ୍ରତି ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ହିଂସା ବିରୋଧରେ ତଥା ଭାରତୀୟ ଗଣତନ୍ତ୍ରର ସୁରକ୍ଷା ଓ ଶାନ୍ତି ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କ ଆଗ୍ରହ କ୍ରମେ ଆଜି ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ତାଙ୍କ ନୂଆଦିଲ୍ଲୀ ବାସଭବନରେ ସକାଳ ୬ଟା ରୁ ୧୦ଘଟିକା ପର୍ଯ୍ୟନ୍ତ ଉପବାସ ଏବଂ ପୂର୍ବାହ୍ନ ୧୦ ଘଟିକାରୁ ୧୨ଟା ପର୍ଯ୍ୟନ୍ତ ପ୍ରତିବାଦ ସ୍ୱରୂପ ମୌନ ବ୍ରତରେ ବସିଥିଲେl

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ଟିଏମସିର ହିଂସା ବିରୋଧରେ ବାଲେଶ୍ବର ଜିଲ୍ଲାର ନୀଳଗିରିସ୍ଥିତ ବାସଭବନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପବାସ ସହ ଧାରଣା ଜାରି ରଖିଛନ୍ତି।ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରି ମମତା ବାନାର୍ଜୀ ଗଣତନ୍ତ୍ରର ମୌଳିକ ଅଧିକାରକୁ ହତ୍ୟା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି। ଆଗାମୀ ଦିନରେ ପଶ୍ଚିମବଙ୍ଗବାସୀଙ୍କୁ ତୃଣମୂଳ କଂଗ୍ରେସ କେଉଁ ପ୍ରକାରର ଶାସନ ଦେବାକୁ ଯାଉଛି ତାହା ଏଥିରୁ ପ୍ରତିଫଳିତ ହୋଇଛି । ଦେଶର କୌଣସି ଅଞ୍ଚଳରେ ଏଭଳି ହିଂସା କଳ୍ପନାଯୋଗ୍ୟ ନୁହେଁ ।
ଏଥିପାଇଁ ବୁଧବାର କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ମତ୍ସ୍ୟ, ପଶୁ ସମ୍ପଦ ଓ ଗୋପାଳନମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ନୀଳଗିରିସ୍ଥିତ ବାସଭବନରେ ଏହାକୁ ଶକ୍ତିଶାଳୀ ଶବ୍ଦରେ ନିନ୍ଦାକରିବା ସହ ଉପବାସ କରି ଧାରଣା ଦେଇଛନ୍ତି। ସେ ଆସନ୍ତା କାଲି ମୌନବ୍ରତ କରିବେ ।

ସମ୍ବନ୍ଧିତ ଖବର