ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ : ବିବାଦ ହେତୁ ନୀତିକାନ୍ତି ବନ୍ଦ

ପୁରୁଣା ଭୁବନେଶ୍ୱର:  ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ହେତୁ ମହାପ୍ରଭୁ ଲିଙ୍ଗରାଜ ଭୋକିଲା ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଅନେକ ଦିନ ହେବ କୌଣସି କାରଣରୁ  ସେବାୟତ ଓ ମନ୍ଦିର ପ୍ରଶାସନ ଭିତରେ ବିବାଦ ସୃଷ୍ଟି ହୋଇଥିଲା। ଏହି ବିବାଦ ଫଳରେ ଗୁରୁବାର ମହାପ୍ରଭୁ ଲିଙ୍ଗରାଜ  ଭୋକିଲା ରହିଛନ୍ତି। ତାଙ୍କ ପାଖରେ ଭୋଗ ଲାଗି ପାରିନାହିଁ।  ଏହି ଖବର ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିତରେ ଉଦବେଗ ଦେଖାଦେଇଛି।

ସୂଚନା ଅନୁଯାୟୀ, ପୂଜାପଣ୍ଡା ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇଥିଲା। ବିବାଦର ସମାଧାନ ଲାଗି ୩୦ଜଣ ପୂଜାପଣ୍ଡା  ପ୍ରଶାସନ ନିକଟରେ ଦାବି କରିଥିଲେ। ସେମାନଙ୍କ ଦାବି ପୂରଣ ନହେବାରୁ ଆଜି ଯେଉଁ ପୂଜାପଣ୍ଡାଙ୍କର ପାଳି ଥିଲା ସେ ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତିକୁ ବନ୍ଦ କରି ଦେଇଥିଲେ। ମଙ୍ଗଳ ଆଳତୀ ପରେ ଆଉ କୌଣସି ନୀତିକାନ୍ତି ହୋଇନାହିଁ। ନୀତିକାନ୍ତି ବନ୍ଦ ରହିବା ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର