ସମ୍ବଲପୁର: ପ୍ରାଚୀନ ସମ୍ବଲପୁର ରୋଡ୍ (ଫାଟକ) ରେଳ ଷ୍ଟେସନ୍କୁ ଭାଙ୍ଗି ଚାଲିଥିବା ରେଳବାଇ ତରଫରୁ ଶୁକ୍ରବାର ଏହାର ଟିକଟ୍ ବୁକିଂ କାଉଣ୍ଟର୍କୁ ବି ବୁଲ୍ଡୋଜର୍ ଲଗାଇ ମାଟିରେ ମିଶାଇ ଦିଆ ଯାଇଛି। ଟିକଟ୍ ବିକ୍ରି ହେଉଥିବା ଫାଟକ ଷ୍ଟେସନ୍ର ଛୋଟିଆ କୋଠାଟି ସହରବାସୀଙ୍କ ଭାବନା ସହ ବହୁ ଦଶନ୍ଧି ହେଲା ଜଡ଼ିତ ହୋଇ ରହିଥିଲା।
ସହରର ଏମିତି କେହି ରେଳଯାତ୍ରୀ ନଥିବେ ଯିଏ ଉକ୍ତ କୋଠରୀର ଦୁଇଟି ଝରକା ସାମ୍ନାରେ ଛିଡ଼ା ହୋଇ ଟିକଟ୍ କାଟି ନଥିବେ। ସେଠାରେ ୨ଟି ଝରକା ଥିଲାବେଳେ ଗୋଟିଏରେ ଅଣସଂରକ୍ଷିତ ଓ ଗୋଟିଏରେ ସଂରକ୍ଷିତ ଟିକଟ୍ ପ୍ରଦାନ କରା ଯାଉଥିଲା। ଫାଟକ ଷ୍ଟେସନ୍ ଭାଙ୍ଗିଲେ ବି ସେହି ସଂରକ୍ଷିତ ଟିକଟ୍ କାଉଣ୍ଟର୍ଟିକୁ ଅତି କମ୍ରେ ଅକ୍ଷତ ରଖିବାକୁ ଲୋକେ ଦାବି କରୁଥିଲେ। କିନ୍ତୁ ତାହାକୁ ବି ଶେଷରେ ଭାଙ୍ଗି ସମତଳ କରି ଦିଆଯାଇଛି। ଆଜି ଉକ୍ତ କୋଠା ଭାଙ୍ଗିବାବେଳେ ଦେଖିବା ଲୋକେ ଭାବୁକ ହୋଇ ପଡ଼ିଥିଲେ।