ମର୍ମନ୍ତୁଦ ଦୁର୍ଘଟଣା: ଯୁବକ-ଯୁବତୀ ମୃତ

ପଡ଼ିଆବାହାଲ: ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ରମା ଘାଟିରେ ଏକ ଟ୍ରଲର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଜଣ ଯୁବକ-ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ସୁନ୍ଦରଗଡ଼ର ନରେଶ ପ୍ରଧାନ ଓ ଯୁବତୀଜଣକ ଦେବଗଡ଼ ଜିଲ୍ଲା କସାଲୋଇର ଜୟନ୍ତୀ କିସାନ ବୋଲି ଜଣାପଡ଼ିଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଗୌରପାଲି ପୁଲିସ ପହଞ୍ଚି ତୁରନ୍ତ ସେମାନଙ୍କୁ ଡାକ୍ତରଖାନା ପଠାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବାଇକକୁ ଧକ୍କା ଦେଇ ଟ୍ରଲରଟି ଓଲଟି ପଡ଼ିଥିଲା। ତେବେ ଏହାର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଦୁର୍ଘଟଣାରେ ବାଇକଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ବ୍ୟବଚ୍ଛେଦ ପାଇଁ ମୃତଦେହ ଦୁଇଟିକୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି।

ସମ୍ବନ୍ଧିତ ଖବର